କଟକରେ ଦୂର ହେଲା ବାଲିଯାତ୍ରା ଷ୍ଟଲ ଆବଣ୍ଟନ ଅଚଳାବସ୍ଥା

Published By : Prameya-News7 Bureau | November 11, 2018 IST

କଟକ ୧୧/୧୧: କଟକରେ ଦୂର ହେଲା ବାଲିଯାତ୍ରା ଷ୍ଟଲ ଆବଣ୍ଟନ ଅଚଳାବସ୍ଥା। ବାଲିଯାତ୍ରାର ବ୍ୟବସାୟୀ ସଂଘ ଓ ପ୍ରଶାସନର  ଆଲୋଚନା ପରେ ଅଚଳାବସ୍ଥା ଦୂର ହୋଇଛି। ବାଲିଯାତ୍ରା ଷ୍ଟଲ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରତି ବର୍ଗଫୁଟ ୩୩ ଟଙ୍କା ଦରରେ ଷ୍ଟଲ ଆବଣ୍ଟନ ଆରମ୍ଭ ହୋଇଛି।କିନ୍ତୁ ଦୋଳି ବ୍ୟବସାୟୀଙ୍କୁ ନେଇ ଏବେବି ଅନିଶ୍ଚିତତା ରହିଛି। ଦୋଳି ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଦୋଳି ବ୍ୟବସାୟୀମାନେ  ବିରୋଧ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.