କୋଭିଡ୍ ଯୋଦ୍ଧାଙ୍କୁ ବାଲୁକା କଳାରେ ସମ୍ମାନ ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Published By : Prameya-News7 Bureau | August 03, 2020 IST

ଭୁବନେଶ୍ବର୩/୮: ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଚିତ୍ର ମାଧ୍ୟମରେ କୋଭିଡ୍ ଯୋଦ୍ଧାଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇଛନ୍ତି। ସୁନ୍ଦର ବାଲୁକା ଚିତ୍ର ମାଧ୍ୟମରେ କୋଭିଡ୍ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କୁ   ସେ ସମ୍ମାନ ଜଣାଇଛନ୍ତି। ଏହି ବାଲୁକା ଚିତ୍ରରେ ଡାକ୍ତରଙ୍କ ସମେତ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅହରହ କାମ କରି ଚାଲିଛନ୍ତି, ସେମାନଙ୍କ ଚିତ୍ର ଏହି ବାଲୁକା ଚିତ୍ରରେ ସ୍ଥାନ ପାଇଛି। ଏହି ଅବସରେ ସୁଦର୍ଶନ କହିଛନ୍ତି ଯେ, ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ। ଠିକ୍ ସେହି ପରି ଆମ ମାନଙ୍କ ଜୀବନ ରକ୍ଷା କରିବା ଲାଗି କୋଭିଡ୍ ଯୋଦ୍ଧାମାନେ ଦିନରାତି କାମ କରି ଚାଲିଛନ୍ତି। ତେଣୁ ବାଲୁକା ଚିତ୍ର ମାଧ୍ୟମରେ ସେହିମାନଙ୍କୁ ଶୁଭେଚ୍ଛା​‌  ଓ କୃତଜ୍ଞତା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ।  କୋଭିଡ୍ ଯୋଦ୍ଧାଙ୍କୁ ସମସ୍ତେ ସମ୍ମାନ କରନ୍ତୁ ଏବଂ ସହଯୋଗ କରନ୍ତୁ ବୋଲି ସୁଦର୍ଶନ ଶେଷରେ କହିଥିଲେ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.