ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛାର ବାର୍ତ୍ତା ଦେଲେ ମାନସ ସାହୁ, ନିର୍ମାଣ କଲେ ୧୫ ଫୁଟ ଓସାରର ମୂର୍ତ୍ତି

Published By : Prameya-News7 Bureau | November 04, 2021 IST

ପୁରୀ ୦୪।୧୧: ଆଜି ପବିତ୍ର ଦୀପାବଳି । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିବା ସହିତ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

wp:html /wp:html

ସେହିପରି ମାନସ ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ମା କାଳିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ପଲ୍ୟୁସନ ଫ୍ରୀ ଦୀପାବଳି ପାଳନ କରିବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏବର୍ଷ ଦୀପ ଜାଳି ଏବଂ କୋଭିଡ ନିୟମାବଳୀ ମାନି ଦୀପାବଳି ପାଳନ କରନ୍ତୁ । ବାଲୁକା ମୂର୍ତ୍ତିଟି ୧୫ ଫୁଟ ଓସାର ବିଶିଷ୍ଟ , ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ "Happy and Safe Dipawali " ର ବାର୍ତ୍ତା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.