ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମାହାକୁଡଙ୍କ ଇସ୍ତଫା

Published By : Prameya-News7 Bureau | January 15, 2019 IST

କେନ୍ଦୁଝର୧୫|୧: ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମାହାକୁଡ ଇସ୍ତଫା ଦେଇଛନ୍ତି ।ସେ ଏହି ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।  ତେବେ ସମ୍ପୂର୍ଣ୍ଣ ଭାବେ ସ୍ବାସ୍ଥ୍ୟଗତ କାରଣରୁ ଶେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଗଣ ମାଧ୍ୟମକୁ କହିଛନ୍ତି ।

ସେ ବିଜେଡି କି ବିଜେପିରେ ଯୋଗ ଦେବାର କୌଣସି ସମ୍ଭାବନା ନାହିଁ ବୋଲି ସନାତନ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ସନାତନ ଏହି ନୂଆ ଦଳ ଗଛଟନ କରିଥିଲେ । ଗତ ବର୍ଷ ରଜ ସଂକ୍ରାନ୍ତିରେ କେନ୍ଦୁଝରଠାରେ ଏହାର କାର୍ଯ୍ୟାଳୟ କୋଲାଯିବା ସହ ଦଳୀୟ ପତାକା ମଧ୍ୟ ଉନ୍ମୋଚନ ହୋଇଥିଲା । ନୂଆଦଳ ଗଠନ ହେବାପରେ ସରୋଜ ସାହୁ ଏହାର କାର୍ଯ୍ୟକାରୀ ସଭାପତି ରହିଥିଲେ ।

ଶ୍ରୀକ୍ଷେତ୍ର ପୁରୀରୁ ଦଳ ତାର ଅଭିଯାନ ଆରମ୍ଭ କରିବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଦଳ ୧୪୭ଟି ଯାକ ଆସନରେ ପ୍ରାର୍ଥୀ ଦେବ ବୋଲି ସନାତନ ମହାକୁଡ ଘୋଷଣା କରିଥିଲେ । ପ୍ରଥମେ ସନା ସେନା ଗଠନ କରିଥିବା  ଏହି ସ୍ବାଧୀନ ବିଧାୟକ ପରବର୍ତ୍ତି ସମୟରେ ଜନସମୃଦ୍ଧି ପାର୍ଟି ଗଠନ କରି ସମାଜର ସବୁ ବର୍ଗର ସେବା କରିବେ ବୋଲି କହିଥିଲେ । ସ୍ବାସ୍ଥ୍ୟଗତ କାରଣରୁ ସେ ଦଳ ଛାଡୁଥିବା କହିଥିଲେ ମଧ୍ୟ ଏହାକୁ ରାଜନୈତିକ ସମୀକ୍ଷକମାନେ ସହଜରେ ଗ୍ରହଣ କରିପାରି ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.