ଅଫିସରସ୍ତରରେ ଅଦଳବଦଳ , ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ସନତ କୁମାର ମହାନ୍ତି

Published By : Prameya-News7 Bureau | August 03, 2020 IST

ଭୁବନେଶ୍ୱର ୦୩।୦୮: ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହୋଇଛି । ରାଜ୍ୟର କିଛି ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । ତେବେ ଅଦଳବଦଳ ହୋଇଥିବା ଅଧିକାରୀମାନେ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବଦଳ କରାଯାଇଛି ।  ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ଦାୟିତ୍ୱ ଦିଆଯାଇଛି ।

କିର୍ତ୍ତି ଭାସନ୍‌ ଭିଙ୍କୁ ଗଞ୍ଜାମ କୋଭିଡ୍‌ ପରିଚାଳନା OSD ଭାବେ ଦାୟିତ୍ୱ । ଶୁଭଙ୍କର ମହାପାତ୍ରଙ୍କୁ SDM ବାଲିଗୁଡ଼ା, କନ୍ଧମାଳ ଭାବେ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟଶ୍ବନୀ ମୟୂର ବିକାଶଙ୍କୁ SDM, ସମ୍ବଲପୁରର ଦାୟିତ୍ୱ । ଜେ. ସୋନାଲଙ୍କୁ ଗଜପତି ଜିଲ୍ଲାରେ କୋଭିଡ୍‌ ପରିଚାଳନା OSD ଭାବେ ଦାୟିତ୍ୱ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.