ଚିନ୍ତା ବଢାଇଲେ ଗଞ୍ଜାମ ଫେରନ୍ତା ; ହୋମ କ୍ୱାରେଣ୍ଟାଇନ୍‌ରେ ରହି ମଧ୍ୟ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି , ପଜିଟିଭ୍ ଚିହ୍ନଟ ପରେ ୫ଟି ଗାଁକୁ ସଟ୍‌ଡାଉନ୍‌ ଘୋଷଣା

Published By : Prameya-News7 Bureau | June 15, 2020 IST

ଖୋର୍ଦ୍ଧା ୧୫।୦୬: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା ହୋଇଥିବା ବେଳେ ସେ ହୋମ କ୍ୱାରେନଣ୍ଟାଇନରେ ରହି ମଧ୍ୟ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ଉକ୍ତ ପଞ୍ଚାୟତରେ ଗୋଷ୍ଠି ସଂକ୍ରମଣକୁ ଏଡ଼ାଇବା ଲାଗି ଜିଲାପାଳ କ୍ଷମତା ପ୍ରାପ୍ତ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

{"id":286552,"sizeSlug":"large"}

ପଞ୍ଚାୟତରେ କରୋନା ପଜିଟିଭ୍‌ ପରେ ସାନପଦରର ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ୧୫ ତାରିଖ ସକାଳ ୯ ଟା ଠାରୁ ୧୮ ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସାନପଦର ପଞ୍ଚାୟତର ରାଜସ୍ୱ ଗ୍ରାମ ସାନପଦର, କୃଷ୍ଣସରଣପୁର, ରାସୋଳ, ଦୟାପଲି ଓ ବିଶ୍ୱନାଥପୁରକୁ ସଟଡାଉନ ଘୋଷଣା କରିଛନ୍ତି । ଯେହେତୁ ଗଞ୍ଜାମ ଫେରନ୍ତା ହୋମ କ୍ୱାରେଣ୍ଟାଇନ୍‌ରେ ଥାଇ ମଧ୍ୟ ବାହାରେ ବୁଲିଛନ୍ତି । ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.