ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ: ଅଡବାକୁ ପରାଜିତ କରି ମୋହନା ବିଜୟୀ

Published By : Prameya-News7 Bureau | January 18, 2021 IST

ଦିଗପହଣ୍ଡି୧୮/୧: ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆଠାରେ ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ଆନୁକୁଲ୍ୟରେ ଚାଲିଥିବା ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିବସ। ସୋମବାର ମ୍ୟାଚରେ ଗଜପତି ଜିଲ୍ଲା ମୋହନା ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ ଅଡବା ଗ୍ରାମ ଭଲିବଲ ଟିମ୍‌କୁ ୨- ୦ ସେଟ୍ ବ୍ୟବଧାନରେ ପରାଜିତ କରି ପରବର୍ତ୍ତୀ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ଆୟୋଜକ କମିଟି ସଭାପତି ଶିବ ଶଙ୍କର ମହାଙ୍କୁଡଙ୍କ ସଂଯୋଜନାରେ ଆୟୋଜିତ ୨ୟ ଦିବସ ମ୍ୟାଚ୍ ଉଦଘାଟନ ଉତ୍ସବରେ ଉପଦେଷ୍ଟା କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ।

{"id":394284,"sizeSlug":"large","linkDestination":"none"}

ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସହରର ବିଶିଷ୍ଟ କ୍ରୀଡାବିତ ସ୍ବର୍ଗତ ଏମ୍.ଚକ୍ରପାଣିଙ୍କ ଫଟୋରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମ୍ୟାଚକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ତଥା ଦିଗପହଣ୍ଡି ପ୍ରେସକ୍ଳବ ସଭାପତି ଅଶେଷ ନାଥ ମିଶ୍ର ସମ୍ମାନୀତ ଅତିଥି ଭାବେ ମଞ୍ଚାଶୀନ ଥିଲେ।

ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦ, କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ, କାର୍ଯ୍ୟକର୍ତ୍ତା କେ. କୁନା, ପୁରୁଷୋତ୍ତମ ପାତ୍ର, ରଞ୍ଜନ ଗୌଡ, ରଞ୍ଜିତ ବେହେରା, ରାମକୃଷ୍ଣ ମେକାପ, ମନୋରଞ୍ଜନ ସେଠୀ, ମିଟୁ ବେହେରା, ଦିବାକର ବିଷୋୟୀ, ବାରିକ ବେହେରା, ଆର. ମୁନ୍ନା, ଗୋପାଳକୃଷ୍ଣ ପଣ୍ଡା, ଦିବାକର ପ୍ରଧାନ, ଏମ୍. ସାଗର,ଶିବ ବେହେରା, ନରେନ୍ଦ୍ର ସାହୁ,ଶିବ ରୁଦ୍ର ନାୟକ, ବାଦଲ ଦାସ,ସାଧୁ ଚରଣ ପଣ୍ଡା ପ୍ରମୁଖ  ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହାୟତା କରିଥିଲେ। ଟୁର୍ଣ୍ଣାମେଣ୍ଟର ୨ୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଗଜପତି ଜିଲ୍ଲା ମୋହନା ଗ୍ରାମ ଟିମ୍ ଅଡବା ଟିମକୁ ଯଥାକ୍ରମେ ୧୦-୦୪ ଏବଂ ୧୫-୦୮ ପଏଣ୍ଟ  (୨- ୦) ସେଟ୍ ବ୍ୟବଧାନରେ ପରାଜିତ କରି  ପରବର୍ତ୍ତୀ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲେ। କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ  ମ୍ୟାଚରେ ରେଫେରି ଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.