ସାନଖେମୁଣ୍ଡି ବ୍ଲକ୍‌ର ୪ଟି ଗାଁ କଣ୍ଟେନମେଣ୍ଟ ଏବଂ ୫ଟି ଗାଁ ବଫର ଜୋନ୍ ଘୋଷିତ

Published By : Prameya-News7 Bureau | June 24, 2020 IST

ସାନଖେମୁଣ୍ଡି ୨୪।୬: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଏକାଧିକ ଗାଁକୁ କଣ୍ଟେନମେଣ୍ଟ ଘୋଷଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସାନଖେମୁଣ୍ଡି ବ୍ଲକର କଙ୍କରଡ଼ା, କଉଡ଼ିଆ, ଆଡ଼ପଡା ପେଣ୍ଡୁରୀଲୁଣ୍ଡି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

{"id":290719,"sizeSlug":"large"}

ସେହିପରି ଗାମ୍ବାରିଗୁଡା, କରାଖଣ୍ଡି, ବୋଉଲଘାଇ, ଲେଙ୍କାଖାଲି, ଖଲିଙ୍ଗୀ ଗାଁକୁ ବଫର ଜୋନ୍ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହା ସହିତ ସାନଖେମୁଣ୍ଡି, ହିଞ୍ଜିଳିକାଟୁ ପ୍ରବେଶ ପଥରେ ଚେକ୍ ପୋଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

{"id":290718,"sizeSlug":"large"}

କଣ୍ଟେନମେଣ୍ଟ ଜୋନ୍ ରେ ଅତି ଆବଶ୍ୟକ ବା ଜରୁରୀ ସାମଗ୍ରୀ ଯୋଗାଇ ଦେବାକୁ ପାଇଁ ସାନଖେମୁଣ୍ଡି ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଫର ଜୋନ୍ ଅଞ୍ଚଳରେ ହିଁ କେବଳ ଅତି ଆବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ ବାହାରି ପାରିବେ କିନ୍ତୁ କଣ୍ଟେନମେଣ୍ଟ ଜୋନ୍ ରେ ଘରେ ହିଁ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.