ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ, ଫିନଲାଣ୍ଡର ସନା ମାରିନଙ୍କ ରେକର୍ଡ
9/12/2019 at 1:15 PM

ହୋଇସିଙ୍ଗ ୦୯।୧୨: ଫିନଲାଣ୍ଡର ୩୪ବର୍ଷୀୟ ସାଂସଦ ସନା ମାରିନ ହେଲେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ଡେମୋକ୍ରାଟିକ ପାର୍ଟି ରବିବାର ଦିନ ସନା ମାରିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛି । ସନା ମାରିନ ଏହାପୂର୍ବରୁ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।

ଫିନଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଡେମୋକ୍ରୋଟିକ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏଣ୍ଟି ରିନେ ଦେଶରେ ପାଞ୍ଚଟି ପାର୍ଟିକୁ ନେଇ ଗଠବନ୍ଧନ ସରକାର ଚଳାଉଥିଲେ । କିନ୍ତୁ ଏଣ୍ଟି ରିନେଙ୍କ ନୀତି ବିରୋଧରେ ଦେଶରେ ଦୀର୍ଘଦିନ ହେବ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ୭୦୦ଡାକ କର୍ମଚାରୀଙ୍କ ଅଚାନକ ଦରମା ବନ୍ଦ କରିବା ଯୋଗୁଁ ସହଯୋଗୀ ଦଳମାନେ ଏଣ୍ଟି ରିନେଙ୍କୁ ଦେଇଥିବା ସମର୍ଥନ ଫେରାଇନେଇଥିଲେ । ସହଯୋଗୀ ଦଳଙ୍କ ବିଶ୍ବାସ ମତ ହରାଇବା ପରେ ଡିସେମ୍ବର ତିନି ତାରିଖରେ ନିର୍ବାଚନ ହୋଇଥିଲା । ରବିବାର ଦିନ ସନା ମାରିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି ।