ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ କହିଲେ ଅଭିନେତ୍ରୀ ସନା ଖାନ୍‌

Published By : Prameya-News7 Bureau | October 09, 2020 IST

ମୁମ୍ବାଇ ୦୯/୧୦: ବିଗବସ ସିଜନ ୬ର ପ୍ରତିଯୋଗୀ ତଥା ଅଭିନେତ୍ରୀ ସନା ଖାନ୍ ଗୁରୁବାର ବଲିଉଡ ଛାଡିବା ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲବିଦା କହୁଛନ୍ତି। ସନା ଖାନ ମଧ୍ୟ ଜୟରା ଭସିମଙ୍କ ପରି ଇସଲାମ ଧର୍ମକୁ ଆଧାର କରି ବଲିଉଡ ଛାଡିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଅଲ୍ଲହା ତାଙ୍କୁ ଏ ଯାତ୍ରାରେ ରାସ୍ତା ଦେଖାଇବେ। ଏହା ସହ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କୌଣସି କାମରେ ନ ଡାକିବା ପାଇଁ ସେ ଅନୁରୋଧ କରିଛନ୍ତି। ସନା ସଲମାନଙ୍କ ସହ ମଧ୍ୟ ଫିଲ୍ମ କରିଛନ୍ତି।

ଗତକାଲି ସେ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ଭାଇ ଓ ଭଉଣୀ ମୁଁ ମୋ ଜୀବନର ଗୁରୁତ୍ବପୂଣ୍ଣ ନିଷ୍ପତ୍ତି ନେଉଛି। ବର୍ଷେ ହେବ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛି। ଏପାଇଁ ତାଙ୍କୁ ସମ୍ମାନ ଓ ଧନ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। କ’ଣ ଆମକୁ ଏ କଥା ଚିନ୍ତା କରିବା କଥା ନୁହେଁ ଯେ କୌଣସି ସମୟ​‌ରେ ମୃତ୍ୟୁ ଆସିପାରେ। ମୃତ୍ୟୁ ପରେ ଆମର କ’ଣ ହେବ? ଏ ଦୁଇଟି ପ୍ରଶ୍ନର ଉତ୍ତର ମୁଁ ଖୋଜୁଛି। ତେବେ ମରିବା ପରେ ଆମର କ’ଣ ହେବ ମୁଁ ଇସଲାମ ଗ୍ରନ୍ଥରୁ ଜାଣିପାରିଛି। ଅର୍ଥାତ ଅସଲରେ ମୃତ୍ୟୁ ପରେ ହିଁ ଏ ଜୀବନକୁ ଭଲ ଭାବେ ତିଆରି କରିବା। ଜୀବନର ଲକ୍ଷ୍ୟ କେବଳ ଧନ ଓ ସମ୍ପତି ଉପରେ ଲକ୍ଷ୍ୟ ରଖିବା ନୁହେଁ।’

{"id":341008,"sizeSlug":"large"}

ବିଗବସ ସିଜନ ୬ରୁ ସେ ଲୋକପ୍ରିୟ ହୋଇଥିଲେ ସନା। ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ସନାଙ୍କ ବାପା କେରଳରେ ରହନ୍ତି। ହଲ୍ଲା ବୋଲ, ବଜହା ତୁମ ହୋ, ଟଏଲେ-ଏକ ପ୍ରେମ କଥା ଭଳି ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ଏହା ବାଦ ସେ ଅନେକ ଓ୍ବେବ ସିରିଜରେ ମଧ୍ୟ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.