ମୌଲାନା ମୁଫତି ଅନସଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ସାନା ଖାନ୍ : ଇନଷ୍ଟାଗ୍ରାମରେ ବଦଳାଇଲେ ନିଜ ନାଁ
23/11/2020 at 11:38 AM

ମୁମ୍ବାଇ ୨୩/୧୧: ବଲିଉଡ ଅଭିନେତ୍ରୀ ସାନା ଖାନ୍, ମୌଲାନା ମୁଫତି ଅନସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଲାଲ ଲେହେଙ୍ଗାରେ ଫଟୋ ପୋଷ୍ଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏପରିକି ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ସାନା ଖାନ୍ ନିଜ ନାଁ ବଦଳାଇ ଦେଇଛନ୍ତି।
ସାନା ଖାନଙ୍କ ବିବାହ ପରେ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ସାନା ଖାନ୍ ଧଳା ରଙ୍ଗର ଗାଉନ୍ ପିନ୍ଧିଥିଲେ। ସେହିପରି ରିସେପସନ୍ ପାଇଁ ସେ ଲାଲ ରଙ୍ଗର ଲେହେଙ୍ଗା କ୍ୟାରି କରିଥିଲେ। ସ୍ବାମୀ ମୁଫତି ଅନସ୍ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିଲେ।

ହାତରେ ମେହେନ୍ଦୀ ଏବଂ ହେଭି ଜୁଏଲାରୀ ପିନ୍ଧି ସାନା ଖାନ୍ ବହୁତ ସୁନ୍ଦର ଦେଖାଯାଉଥିଲେ। ବିବାହର ଫଟୋ ସେୟାର କରି ସାନା ଖାନ୍ ଲେଖିଥିଲେ ଯେ ‘ପରସ୍ପରକୁ ଭଲ ପାଇଲୁ ଅଲ୍ଲାଙ୍କ ଖାତିରରେ,ପରସ୍ପରଙ୍କୁ ବିବାହ କଲୁ ଅଲ୍ଲାଙ୍କ ଖାତିରରେ,ଦୁନିଆରେ ଅଲ୍ଲା ଆମ ଦୁଇ ଜଣଙ୍କୁ ଏକାଠି ରଖନ୍ତୁ। ସ୍ବର୍ଗରେ ଉଭୟଙ୍କୁ ପୁଣି ଥରେ ଏକାଠି କରନ୍ତୁ।
ସାନା ଖାନ୍ ସୋସିଆଲ୍ ମିଡିଆରେ ମନୋରଞ୍ଜନ ଜଗତକୁ ଛାଡ଼ିବାର ଘୋଷଣା କରିଥିଲେ। ସାନା ଖାନ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଲମ୍ବା ଚଉଡ଼ା ପୋଷ୍ଟ୍ ଲେଖି ପ୍ରଶଂସକଙ୍କୁ ଧନ୍ୟବାଦ କହିଥିଲେ ଏବଂ ଏହା ସହିତ ବଲିଉଡ ଛାଡ଼ିବାର କାରଣ ମଧ୍ୟ କହିଥିଲେ।
