ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇ ମୃତ, ଅଭିଯୁକ୍ତ ଥାନାରେ ଅଟକ

Published By : Prameya-News7 Bureau | February 15, 2020 IST

ନୂଆପଦା ୧୫।୦୨: ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସଦର ଟାଉନ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମୃତକ ଶିବ ହରପାଲ । ଘଟଣାସ୍ଥଳରେ  ପୋଲିସ ସହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସାନଭାଇକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

{"id":224608,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସଂଧ୍ୟାରେ କୌଣସି କାରଣରୁ ଦୁଇ ଭାଇ ଶିବ ହରପାଲ ଓ ବିଦ୍ୟା ହରପାଲ ମଧ୍ୟରେ ଝଗଡା ହୋଇଥିଲା । ଗଣ୍ଡଗୋଳ ଏତେ ଭୟଙ୍କର ହୋଇଥିବା ଯେ, ଘର ନିକଟରେ ଥିବା ରାସ୍ତା ଉପହରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ସାନଭାଇ ବିଦ୍ୟା ଅତ୍ୟନ୍ତ ରାଗିଯାଇ ନିକଟରେ ପଡିଥିବା ଟାଙ୍ଗିଆରେ ବଡଭାଇ ଶିବ ହରପାଲଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଆକ୍ରମଣରେ ବଡଭାଇ ଗୁରୁତର ହୋଇଥିଲେ , ତାଙ୍କୁ ନିକଟସ୍ଥ କୋମନା ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

{"id":224609,"sizeSlug":"large"}

ଶିବଙ୍କୁ ଅଧିକ ଚିକିତ୍ସା ପାଇ ନୂଆପଡା ମେଡିକାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ମୃତ୍ୟୁବରଣ କରିଥିବା ଶିବ ହରପାଲଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଥିବା ଜଣାପଡିଛି। ତେବେ ହତ୍ୟାକାଣ୍ଡ ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ଅଭିଯୋଗ ଆଧାରରେ ସାନଭାଇ ବିଦ୍ୟାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.