ଲକଡାଉନ୍ ନମାନିବାରୁ ହତ୍ୟା: ବାହାରକୁ ବୁଲି ଯାଇଥିବା ସାନ ଭାଇକୁ ରାଗରେ ମାରିଦେଲା ବଡ ଭାଇ

Published By : Prameya-News7 Bureau | March 26, 2020 IST

ମୁମ୍ବାଇ୨୬/୩: ଲକଡାଉନ୍‌ ସମୟରେ ବାହାରକୁ ଯିବାକୁ ଜିଦ୍‌ କରିବାରୁ ସାନ ଭାଇକୁ ହତ୍ୟା କଲା ବଡ ଭାଇ। କୋଭିଡ-୧୯ ରୁ ଦେଶକୁ ସୁରକ୍ଷିତ ରଖିବା ଏବଂ ଭାଇରସ ଅଧିକ ନ ବ୍ୟାପିବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ ଦିନ ପାଇଁ ଲକଡାଉନ୍‌ ଘୋଷଣା କରିଛନ୍ତି |କିନ୍ତୁ ଏହି ସମୟରେ ଲକଡାଉନ୍‌ ସତ୍ତ୍ବେ ବାହାରକୁ ଯାଇଥିବା ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ। ମୁମ୍ବାଇର ପଶ୍ଚିମ ଉପକଣ୍ଠ କାଣ୍ଡିଭଲିରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ହତ୍ୟାଘଟଣାରେ ବଡ଼ ଭାଇକୁ ପୋଲିସ୍ ଗିରଫ କରିଛି।

ସମତା ନଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ଲକଡାଉନ ସମୟରେ ରାଜେଶ ଲକ୍ଷ୍ମୀ ଠାକୁରର ସାନଭାଇ ଦୁର୍ଗେଶ ଘରୁ ବାହାରକୁ ଯିବା ପାଇଁ ଜିଦ୍‌ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଲକ୍ଷ୍ମୀ ଠାକୁର ବୁଧବାର ରାତିରେ ଦୁର୍ଗେଶଙ୍କୁ ହତ୍ୟା କରିଥିଲେ। ମୃତ ଦୁର୍ଗେଶ ପୁନେର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ।

ପୋଲିସ୍ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଦୁର୍ଗେଶ ବାହାରୁ ବୁଲାବୁଲି କରି ଘରକୁ ଫେରିଥିଲେ, ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ଏବଂ ପରେ ସେମାନଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା, | ଯାହା ପରେ ଅଭିଯୁକ୍ତ ତାଙ୍କୁ କିଛି ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲା। ପୀଡିତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.