ମାତ୍ର ୫୦୦ ଟଙ୍କା ପାଇଁ ହତ୍ୟାକାଣ୍ଡ: ମା’ର ଚିକିତ୍ସା ଲାଗି ଟଙ୍କା ମାଗିବାରୁ ସାନ ଭାଇକୁ ଛୁରୀ ଭୁସି ହତ୍ୟା କଲା ବଡ ଭାଇ
28/12/2020 at 9:09 PM

ଢ଼େଙ୍କାନାଳ୨୮/୧୨: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଆର୍ତ୍ତସାଆନ୍ତାରାକାଟେଣି ଗ୍ରାମରେ ହତ୍ୟାକାଣ୍ଡ। ମା’ର ଚିକିତ୍ସା ପାଇଁ ମାତ୍ର ୫ ଶହ ଟଙ୍କା ମାଗିବାରୁ ସାନଭାଇ ପେଟରେ ଛୁରୀ ଭୁସି ଦେଲା ବଡଭାଇ । ଡାକ୍ତରଖାନାରେ ସନଭାଇର ମୃତ୍ୟୁ । ଅଭିଯୁକ୍ତ ବଡଭାଇ ଫେରାର।
ରୋଗଣା ମା’ର ଚିକିତ୍ସା ପାଇଁ ମାତ୍ର ୫ଶହ ଟଙ୍କା ପାଇଁ ଘଟିଛି ଅଭନୀୟ ଘଟଣା। ଏପରି କି ମୃତ ବାପାଙ୍କ ୧୦ ହଜାର ଟଙ୍କା ରଖିଥିବା ବଡଭାଇ ଟଙ୍କା ଦେବା ବଦଳରେ ଟଙ୍କା ମାଗୁଥିବା ସାନ ଭାଇ ପେଟରେ ଛୁରୀ ଭୁସି ହତ୍ୟା କରିଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଆର୍ତ୍ତାସାଆନ୍ତରା କାଟେଣି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସାନଭାଇ ସରୋଜ ନାୟକ ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021