Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ମ୍ୟାଜିକ ପେନ୍‌ ବ୍ୟବହାର କରି ବାଲିଲୁଟ୍‌ ଘଟଣାର ପର୍ଦ୍ଦାଫାଶ ପରେ ପ୍ରଶାସନ ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ

1/12/2019 at 9:29 PM

ବ୍ରହ୍ମପୁର ୦୧।୧୨ –  ମ୍ୟାଜିକ୍‌ ପେନ୍‌ରେ ଗଞ୍ଜାମରେ କେମିତି କୋଟି କୋଟି ଟଙ୍କାର ବାଲି ଲୁଟ୍‌ ଚାଲିଛି ଏହାର ଏକ୍ସକ୍ଲୁସିଭ ଭିଜୁଆଲ ନ୍ୟୁଜ ସେଭେନ ଦେଖାଇବା ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ।  ଯେଉଁ y ଫର୍ମକୁ ନେଇ ଚାଲିଥିଲା କେଳେଙ୍କାରୀ ଏହାକୁ ବଦଳାଇବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ସେହିପରି ମ୍ୟାଜିକ ପେନ୍‌ ରେ ଆଉ କାଳେ କିଏ ଆବେଦନ କରୁଥିବ ସେନେଇ ମଧ୍ୟ ସତର୍କତା ଗ୍ରହଣ କରାଯାଇଛି।

ମ୍ୟାଜିକ୍‌ ପେନର କାର୍ପଟଦାରଙ୍କ ବିରୋଧରେ ଆରମ୍ଭ ହେଲା ଆକ୍ସନ।  ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଗଞ୍ଜାମ ପ୍ରଶାସନ ଆକ୍ସନ ମୋଡ଼କୁ ଆସିଛି । ବାଲି ମାଫିଆଙ୍କୁ ଧରିବା ଲାଗି ଚଢ଼ାଉ ଆରମ୍ଭ ହୋଇଛି। ମ୍ୟାଜିକ୍‌ ପେନରେ ଲେଖି ଲିଭେଇ କୋଟି କୋଟି ଟଙ୍କାର ବାଲି ଲୁଟ୍‌ର ଭିଜୁଆଲ ଦେଖାଇଥିଲା ନ୍ୟୁଜ ସେଭେନ । ଯେଉଁ Y ଫର୍ମକୁ ନେଇ ଚାଲିଥିଲା କେଳେଙ୍କାରୀ ଏବେ ସେହି ଫର୍ମ ଆବେଦନର ତରିକା ବଦଳିବ। ଗାମା ଆପ୍ ମାଧ୍ୟମରେ ଉପଲବ୍ଧ ହେବ Y ଫର୍ମ ଖୁବ୍ ଶୀଘ୍ର ଏହା ପ୍ରଚଳନ ହେବ  ବୋଲି  ପ୍ରତିକ୍ରିୟା ରଖିଛନ୍ତି  ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଗତକାଲି ନ୍ୟୁଜ ସେଭେନ ଗଞ୍ଜାମର ଏହି ମ୍ୟାଜିକ ପେନ କେଳେଙ୍କାରୀର ପର୍ଦ୍ଦାଫାଶ କରିଥିଲା। ଜିଲ୍ଲା ର ଭଞ୍ଜନଗର,  ଆସିକା,  ପାତ୍ରପୁର,  ଚିକିଟି,  ପୁରୁଷୋତ୍ତମପୁର, ଛତ୍ରପୁର,  ଖଲ୍ଲିକୋଟ୍ ପ୍ରମୁଖ ଅଞ୍ଚଳର ନଦୀରୁ ବାଲି ଚାଲାଣରେ ଗୋଟିଏ ତରିକା। ୱାଇଫର୍ମରେ ମ୍ୟାଜିକ ପେନରେ ଲେଖି, ବାଲି ଉଠାଇବା ପାଇଁ ପ୍ରଶାସନର ଅନୁମତି ଆଣୁଥିଲେ।

ସିଲ୍‌ ବାଜିବା ପରେ ମ୍ୟାଜିକ ପେନ୍‌ର ଲେଖାକୁ ବାରମ୍ବାର ଲିଭାଉଥିଲେ ଏବଂ ଏହା ଉପରେ ନୂଆ ଲେଖା ଲେଖା ଲେଖୁଥିଲେ। ଏନେଇ ଲୋକେ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ ଟେର୍‌ ପାଉନଥିଲା। ନ୍ୟୁଜ ସେଭେନର ଷ୍ଟିଙ୍ଗ୍ ଅପରେସନରେ ବାଲି ମାଫିଆଙ୍କ ତରିକା ଧରା ପଡ଼ିଥିଲା। ଏହି ମାଫିଆଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ ପାଇଁ ଦାବି ହେଉଛି

କେବଳ ସେତିକି ନୁହେଁ ଯେଉଁସବୁ ୱାଇଫର୍ମ ଆବେଦନ ହୋଇଛି ଏଣିକି ସେସବୁକୁ ଦିଆସିଲ ଲଗାଇ ଚେକ୍‌ କରାଯାଉଛି।

   Related Posts