Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସାଉଥ୍ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେ କରୋନା ସଂକ୍ରମିତ, ସୋସିଆଲ୍ ମିଡିଆରେ ଦେଲେ ସୂଚନା

21/05/2021 at 9:21 PM

ନୂଆଦିଲ୍ଲୀ ୨୧/୦୫: ଦେଶରେ କରୋନାର ଗତି କମ୍ ହେବାର ନାମ ନେଉନାହିଁ । ସାଧାରଣ ଲୋକ ହେଉନ୍ତୁ କିମ୍ବା ସେଲିବ୍ରିଟି, କରୋନା ସମସ୍ତଙ୍କ ଉପରେ ତାହାର ପ୍ରଭାବ ଦେଖାଉଛି । ବର୍ତ୍ତମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସମ୍ୟୁକ୍ତା ହେଗଡେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ଏହି ସୂଚନା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଛନ୍ତି। ଏଥିସହିତ ସମ୍ୟୁକ୍ତା ତାଙ୍କ ବାପା-ମାଙ୍କ ସ୍ୱାସ୍ଥ୍ୟର ସୂଚନା ମଧ୍ୟ ଦେଇଛନ୍ତି । ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ପୋଷ୍ଟ କରି ସମ୍ୟୁକ୍ତା ହେଗଡେ ଲେଖିଛନ୍ତି, ‘ଆଶାକରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ । ମୋର କରୋନା ଟେଷ୍ଟ ପଜିଟିଭ୍ ହୋଇଛି । ମୁଁ ନିଜକୁ ସଙ୍ଗରୋଧ କରିନେଇଛି । ମୁଁ ଡାକ୍ତରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ଏବଂ କରୋନା ପ୍ରୋଟୋକଲଗୁଡିକ ଅନୁସରଣ କରୁଛି ।‘

ତାଙ୍କ ବାପା-ମାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ଅଭିନେତ୍ରୀ ଲେଖିଛନ୍ତି, ‘ମୋର ବାପା-ମା, ଯେଉଁମାନେ ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ, ସେମାନେ ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଭଗବାନଙ୍କୁ ଧନ୍ୟବାଦ ଦେଉଛି, ମୁଁ ସେତେବେଳେ କରୋନା ସଂକ୍ରମିତ ହେଲି ଯେତେବେଳେ ସେମାନେ ସୁସ୍ଥ ହୋଇ ଆସୁଥିଲେ । ‘

ସମ୍ୟୁକ୍ତା ହେଗଡେଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ତାଙ୍କ ଫ୍ୟାନ୍ସମାନେ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ସମ୍ୟୁକ୍ତା ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ୨୦୧୬ ମସିହାରେ କନ୍ନଡ ରୋମାଣ୍ଟିକ ଫିଲ୍ମ ‘କିରିକ୍ ପାର୍ଟି’ରୁ କରିଥିଲେ ।ଏହି ଫିଲ୍ମରେ ସମ୍ୟୁକ୍ତା ଏକ ପାର୍ଶ୍ୱ ଅଭିନେତ୍ରୀ ଥିଲେ ଯେଉଁଥିପାଇଁ ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ ।

   Related Posts