ମାଛ ଧରିବାକୁ ଯାଇଥିବା ବେଳେ ବୁଡିଲା ଡଙ୍ଗା : ଜଣେ ମୃତ, ଜଣେ ନିଖୋଜ

Published By : Prameya-News7 Bureau | May 04, 2020 IST

ସୋର ୦୪।୦୫: ମାଛ ଧରିବାକୁ ଯାଇ ସମୁଦ୍ରରେ ବୁଡିଲା ଡଙ୍ଗା । ସମୁଦ୍ରରେ ଡଙ୍ଗା ବୁଡିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ  ୫ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ଜଣେ ନିଖୋଜ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଜାମିକା ମୁହାଣରୁ ଗତ ଗୁରୁବାର ଦିନ ଏକ ମାଛଧରା ଟ୍ରଲର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲା। କାଳବୈଶାଖୀରେ ସମୁଦ୍ରରେ ଦିନ ୨.୩୦ସମୟରେ ୭ ଜଣଥିବା ମାଛଧରା ଟ୍ରଲରଟି ଓଲଟି ପଡିଥିଲା। ପାଞ୍ଚଜଣ ମାଛ ଧରାଳିକୁ ଅନ୍ୟ ଏକ ଡଙ୍ଗା ଉଦ୍ଧାର କରିଥିବା ବେଳେ ୨ ନିଖୋଜ ଥିଲେ। ତେବେ ଗତକାଲି ସମୁଦ୍ରରେ ଏକ ମାଛଧରା ଟ୍ରଲର ନିଖୋଜ ମାନଙ୍କୁ ଖୋଜୁଥିବା ବେଳେ ଓଲଟି ପଡିଥିବା ଡଙ୍ଗା ମିଳିଥିଲା। ସେଥିରେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତକ ଇଞ୍ଚୁଡ଼ି ବାଲିଛରିଆ ଗାଁର ଗୌରାଙ୍ଗ ଦଳେଇ ବୋଲି ଜଣାପଡିଛି । ତେବେ ନିଖୋଜ ଥିବା  ମତ୍ସଜୀବୀଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.