ସମୁଦ୍ର ମଝିରେ ବୁଡିଲା ଡଙ୍ଗା : ୧୫ ମୃତ, ୪୦ରୁ ଅଧିକ ନିଖୋଜ

Published By : Prameya-News7 Bureau | February 12, 2020 IST

ଢାକା ୧୨।୦୨:  ବଙ୍ଗୋପସାଗରେ ବୁଡିଲା ଡଙ୍ଗା । ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରାବାହୀ ଡଙ୍ଗା ବୁଡିଯାଇ ୧୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଙ୍ଗା ବୁଡିରେ ନିଖୋଜ ଥିବା ଯାତ୍ରୀମାନଙ୍କୁ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତକ ରୋହିଙ୍ଗ୍ୟା ଶରଣାର୍ଥୀ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବଙ୍ଗୋପସାଗରରେ ଯାତ୍ରାକରୁଥିଲା । ମଙ୍ଗଳବାର ଦିନ ସକାଳ ୭ଟା ସମୟରେ ହଠାତ୍‌ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗା ବୁଡି ଦ୍ବାରା ୧୫ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୭୦ଜଣ ଲୋକଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪୦ଜଣ ନିଖୋଜ ଥିବା ସୂଚନା ରହିଛି । ନିଖୋଜ ଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ସେନା ବାହିନୀର ସହଯୋଗ ମଗାଯାଇଛି । ସେନାବାହିନୀ , ସ୍ଥାନୀୟ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସ୍ଥାନୀୟ ସେନା ଅଧିକାରୀଙ୍କ ସୂଚନାନୁସାରେ ଡଙ୍ଗାରେ ପ୍ରାୟ ୩୦୦ରୁ ଅଧିକ ଜଣ ଯାତ୍ରା କରୁଥିଲେ ।  ବର୍ତ୍ତମାନ ସୁଦ୍ଧା ଡଙ୍ଗା ବୁଡିର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.