ସମୁଦ୍ର ମଝିରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା

Published By : Prameya-News7 Bureau | March 14, 2020 IST

ମୁମ୍ବାଇ ୧୪।୦୩:  ମୁମ୍ବାଇ ସମୁଦ୍ର ତଟ ଆରବ ସାଗରରେ ଅଘଟଣ ଘଟିଛି । ସମୁଦ୍ର ମଝିରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଯାହାଫଳରେ ଅଳ୍ପକେ ବର୍ତ୍ତଯାଇଛନ୍ତି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1238725310889091072","type":"rich","providerNameSlug":"twitter","className":""}
https://twitter.com/ANI/status/1238725310889091072
/wp:core-embed/twitter

ସୂଚନାଯୋଗ୍ୟ ଯେ, ଶନିବାର ଦିନ ମୁମ୍ବାଇର ଗେଟ୍‌ ଅଫ୍‌ ଇଣ୍ଡିଆରୁ ମଣ୍ଡାଓ୍ବାକୁ ୮୮ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ହଠାତ୍‌ ଆରବ ସାଗର ମଝିରେ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗାଟି ବୁଡିବାର ଦେଖି ନିକଟରେ ଯାଉଥିବା ଡଙ୍ଗାମାନେ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡିଥିଲେ । ଡଙ୍ଗାବୁଡି ଖବର ଜାଣି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଏବଂ ସମସ୍ତ ୮୮ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିଲେ । ରାୟଗଡ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.