ଲକ୍‌ଡାଉନ୍‌ରେ ବି ସମ୍ଭାଳିପାରିଲେନି: ବ୍ରାଇଟନ୍‌ ବିଚ୍‌ରେ ଖୁଲମଖୁଲା ଶାରୀରିକ ସମ୍ପର୍କ ରଖିଲେ ଦମ୍ପତ୍ତି

Published By : Prameya-News7 Bureau | April 24, 2020 IST

ବ୍ରାଇଟେନ୍‌ ୨୪।୦୪:  ସାରାବିଶ୍ୱରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଜାରି ରହିଛି । ବିଶ୍ୱରେ ମହାମାରୀର ରୂପ ନେଇସାରିଲାଣି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ସାରାବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଅନେକ ଲୋକ ଆକ୍ରାନ୍ତ ଭାବେ ମେଡିକାଲରେ ଚିକିତ୍ସା ଜାରି ରହିଛି । ତେବେ ଏହିଭଳି ଏକ କଠିନ  ସମୟରେ  କରୋନା ଭାଇରସରୁ କିପରି ନିଜକୁ ରକ୍ଷା କରିପାରିବେ ସେଥିପାଇଁ ସାମାଜିକ ଦୂରତା ଓ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପାଇଁ ପ୍ରାଧ୍ୟନ୍ୟ ଦେଉଛନ୍ତି । କିନ୍ତୁ ବ୍ରାଇଟେନ୍‌ର ଏମିତି କିଛି ଚିତ୍ର ଆସିଛି ଯାହା ସମସ୍ତଙ୍କ ଆଖିକୁ ଚକିତ କରିଦେଇଛି । ସାରାବିଶ୍ୱ କରୋନା ନେଇ କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ  ବ୍ରାଇଟନର ବେଳାଭୂମିରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ । ସମୁଦ୍ର ବେଳାଭୂମିରେ ଏକ ଯୋଡି ଦମ୍ପତ୍ତି ଯୌନ ସମ୍ପର୍କ ରଖିଥିବାର ଦେଖିବାକୁ ମିଳିଛି ।

the mirrorରେ ପ୍ରକାଶିତ ଖବର ଅନୁଯାୟୀ, ଗୁରୁବାର ଦିନ  ସମୁଦ୍ରକୂଳରେ ଏହି ଯୋଡିଙ୍କୁ ଯୌନସମ୍ପର୍କ ରଖିଥିବା ସମୟରେ ଚିତ୍ର ଉତ୍ତୋଳନ କରାଯାଇଥିଲା ।  ନିଆଯାଇଥିବା ଚିତ୍ରଟି ବ୍ରାଇଟନ୍ ସେଣ୍ଟର ନିକଟରେ ଥିବା ସମୁଦ୍ର କୂଳରେ ବୋଲି ଜଣାପଡିଛି | ସେପଟେ ବ୍ରାଇଟନ୍ ଏବଂ ହୋଭ୍ ସିଟି କାଉନସିଲ୍ କହିଛନ୍ତି ଯେ,  ଏହା ଏକ ଦୁର୍ଭାଗ୍ୟଜନକ ଚିତ୍ର ଏବଂ ଆମେ ଭାବିବୁ ଯଦି ସେମାନଙ୍କ ବନ୍ଧୁ ଏବଂ ପରିବାର ସେମାନଙ୍କୁ ଚିହ୍ନିବାରେ ସକ୍ଷମ ହୁଅନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିମାନେ ଲଜ୍ଜିତ ହେବେ। ଏହା ନିଶ୍ଚିତ ଭାବରେ ଆମ ପାଇଁ ଏକ ସ୍ମାରକ ରୂପେ କାର୍ଯ୍ୟ କରେ ଯାହା ତୁମକୁ କେହି ଦେଖୁଥିବା ବେଳେ ତୁମେ କେବେ ଜାଣି ନାହଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.