ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଦ୍ୱାଦଶ ସମୁଦ୍ର ଆରତୀ ଅନୁଷ୍ଠିତ

Published By : Prameya-News7 Bureau | January 22, 2019 IST

ପୁରୀ ୨୨/୧: ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଦ୍ୱାଦଶ ସମୁଦ୍ର ଆରତୀ ଅନୁଷ୍ଠିତ ହୋଇଯାଇଛି।  ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ଦିବ୍ୟସିଂହ ଦେବ, ପରମହଂସ ପ୍ରଜ୍ଞାନାନନ୍ଦଜୀ, କିଶନଲାଲ ଭରତିଆ, ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ସହ ବିଭିନ୍ନ ମଠର ମଠାଧିଶ, ସାଧୁସନ୍ଥ ଯୋଗ ଦେଇଥିଲେ।   ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ରାଜଧାନୀରେ ପରିଣତ କରିବା ସହ ସନାତନ ହିନ୍ଦୁ ଧର୍ମର ସୁରକ୍ଷା, ତୀର୍ଥରାଜ ମହୋଦଧିଙ୍କ ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି। 

{"id":76737}

   ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣରେ ବିଳମ୍ୱ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୁରୀ ଗୋବ ବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ନିଶ୍ଚଳାନନନ୍ଦ ସରସ୍ୱତୀ।  ସେହିପରି ମହାପ୍ରଭୁ ୧୨ ଘଣ୍ଟା ଉପବାସରେ ରହିବା ଆଦୌଁ ଗ୍ରହଣୀୟ ନୁହେଁ। ଏହା ଶାସନତନ୍ତ୍ରର ଦୁର୍ବଳତା। ଏହା ପଛରେ ବିଦେଶୀ ଷଡ଼ଯନ୍ତ୍ର ଚାଲିଛି ବୋଲି ଜଗତଗୁରୁ କହିଛନ୍ତି। ପ୍ରତିବର୍ଷ ପୌଷପୂର୍ଣ୍ରମୀ ଦିନ ମହା ଆଡ଼ମ୍ୱରରେ ମହୋଦଧି ଆରତୀ କରାଯାଉଛି। ନାମ ସଂକୀର୍ତ୍ତନ, ସୁନ୍ଦରାକାଣ୍ତ, ସଭାକାର୍ଯ୍ୟ, ଦିବ୍ୟ ସନ୍ଦେଶ ପ୍ରଦାନ ପରେ ଆରତୀ ଆରମ୍ଭ ହୋଇଥିଲା ଜଳ ଜୀବନ, ପ୍ରକୃତିର ସୁରକ୍ଷା ପାଇଁ ଏଭଳି ମହତ୍ କାର୍ଯ୍ୟକ୍ରମ କରାଯାଇଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.