Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ଦୁନିଆର ପ୍ରଥମ ୫ଜି ଫୋନ ଲଞ୍ଚ କରିବ ସାମସଙ୍ଗ : ୧୦୦ ଗୁଣ ଅଧିକ ହେବ ଇଣ୍ଟରନେଟ ସ୍ପିଡ଼

24/03/2019 at 5:56 PM

ଦିଲ୍ଲୀ ୨୪/୩ : ଜ୍ଞାନ କୌଶଳରେ ଅଗ୍ରଣୀ ସାମସଙ୍ଗ ଆସନ୍ତା ମାସରେ ଦକ୍ଷିଣ କୋରିଆରେ ଦୁନିଆର ପ୍ରଥମ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛି | ବର୍ତ୍ତମାନ ଦୁନିଆର ସବୁଠାରୁ ସ୍ପିଡ଼ ଏବଂ ଆଧୁନିକ ଜ୍ଞାନ କୌଶଳରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହା ଏକା ଖୁସି ଖବର |

ଏହି ୫ଜି ସ୍ମାର୍ଟ ଫୋନର ଇଣ୍ଟରନେଟ ସ୍ପିଡ଼ ବର୍ତ୍ତମାନ ସ୍ମାର୍ଟ ଫୋନ ତୁଳନାରେ ୧୦ରୁ ୧୦୦ ଗୁଣ ଅଧିକ ରହିବ | ଏହି ସ୍ମାର୍ଟ ଫୋନରେ ରେଡ଼ିଓ ସ୍ପେକଟ୍ରମର ସର୍ବୋତ୍ତମ କୌଶଳ ବ୍ୟବହାର କରାଯିବ | ଏହି ୫ଜି ଇଣ୍ଟରନେଟ ସ୍ପିଡ଼ ସାହାଯ୍ୟରେ ଯେକୌଣସି ବଡ ଡାଟାକୁ ସହଜରେ ଅପଲୋଡ଼ ଏବଂ ଡାଉନଲୋଡ଼ କରାଯାଇପାରିବ |


ଏହି ଫୋନ ହାଇ ଫ୍ରିକ୍ୱେନ୍ସି ବେଣ୍ଡ 3.5GHz ଠାରୁ 26GHz ଫ୍ରିକ୍ୱେନ୍ସିରେ କାମ କରିବ | ଏହା ସହିତ ଅନେକ ଡିଭାଇସକୁ ଇଣ୍ଟରନେଟ ସହ ଯୋଡ଼ା ଯାଇପାରିବ | କିନ୍ତୁ କୌଣସି ଡିଭାଇସର ଇଣ୍ଟରନେଟ ସ୍ପିଡ଼ କମିବ ନାହିଁ | ଏହି ୫ଜି ସମସ୍ତ ପ୍ରୋଟୋକଲ ଏବେ ନିଶ୍ଚିତ ହୋଇନାହିଁ | ଏହାର ଜ୍ଞାନ କୌଶଳ ୪ଜି ସ୍ମାର୍ଟ ଫୋନର ଜ୍ଞାନ କୌଶଳ ଠାରୁ ଭିନ୍ନ ହେବ | ବର୍ତ୍ତମାନ ୪ଜି ଫୋନରେ ସର୍ବାଧିକ ସ୍ପିଡ଼ ୪୫ ଏମବିପିଏସ ପର୍ଯ୍ୟନ୍ତ ସମ୍ଭବ |


୨୦୨୦ ମସିହା ସୁଦ୍ଧା ଅନେକ ଦେଶରେ ୫ଜି ସ୍ମାର୍ଟ ଫୋନ ଲଂଚ ହେବାର ସମ୍ଭାବନା ରହିଛି |

   Related Posts