ଗାଲାକ୍ସି ନୋଟ୍‌ ସିରିଜ୍‌ ବନ୍ଦ କରିବ Samsung, ନୂଆ ରୂପରେ ଆସିବ Galaxy S21- ରିପୋର୍ଟ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨/୧୨: ଦକ୍ଷିଣ କୋରିଆର ଟେକ୍‌ନୋଲୋଜି କମ୍ପାନୀ ସାମସଙ୍ଗ(Samsung)  ନିଜର ଲୋକପ୍ରିୟ ଗାଲାକ୍ସି ନୋଟ୍‌ ସିରିଜ୍‌ ବନ୍ଦ କରିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ କେବଳ ଗାଲାକ୍ସି ଫୋଲ୍ଡ ସିରିଜ୍‌କୁ ରଖିବାକୁ ଯୋଜନା କରୁଛି କମ୍ପାନୀ । ନ୍ୟୁଜ୍‌ ଏଜେନ୍ସି ରୟଟର୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସାମସଙ୍ଗ ଆସନ୍ତା ବର୍ଷରୁ ଗାଲାକ୍ସି ନୋଟ୍‌ ସିରିଜ୍‌ ଲଞ୍ଚ କରିବ ନାହିଁ। ଆସନ୍ତା ବର୍ଷ ପାଇଁ ନୋଟ୍‌ ସିରିଜ୍‌ର କୌଣସି ନୂଆ ଫୋନ୍‌ ପ୍ରସ୍ତୁତ କରିବା ନେଇ କମ୍ପାନୀ ପାଖରେ ଯୋଜନା ନଥିବା ଜଣାପଡ଼ିଛି।

ଗାଲାକ୍ସି ନୋଟ୍‌ରେ କମ୍ପାନୀ ପକ୍ଷରୁ ଦିଆଯାଉଥିବା ଏସ୍‌-ପେନ୍ ଷ୍ଟାଇଲସ୍‌କୁ ଗାଲାକ୍ସି ଏସ୍‌ ସିରିଜ୍‌ରେ ଉପଲବ୍ଧ କରାଇବ। ଏହା ସହ କମ୍ପାନୀ ନିଜର ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ରେ ଏସ-ପେନ୍‌ ଦେବ ବୋଲି କିଛି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ସାମ୍‌ସଙ୍ଗ ଏବେ ନୋଟ୍‌ ସିରିଜ୍‌ ବନ୍ଦ କରି ଫୋଲ୍ଡେବଲ୍‌ ଓ ଗାଲାକ୍ସି ଏସ୍‌ ସିରିଜ୍‌ ଉପରେ ଜୋର ଦେବ ବୋଲି ରୟଟର୍ସରେ ଲଗାତର ରିପୋର୍ଟ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି।

ଗାଲାକ୍ସି ନୋଟ୍‌ ସିରିଜ୍‌କୁ ପ୍ରଡକ୍ଟିଭିଟି ପାଇଁ ଗ୍ରାହକ କ୍ରୟ କରୁଥିଲେ। ନୋଟ୍‌ ସିରିଜ୍‌ର ସ୍ମାର୍ଟଫୋନ୍‌ ଦାମ ଫୋଲ୍ଡ ସିରିଜ୍‌ର ଦାମ ସହ ପ୍ରାୟ ସମାନ ରହୁଥିବାରୁ ଏହାକୁ କମ୍ପାନୀ ବନ୍ଦ କରିବାକୁ ଯୋଜନା କରୁଥିବା କୁହାଯାଉଛି। ସେପଟେ ଏହାକୁ ନେଇ କମ୍ପାନୀ ପକ୍ଷରୁ କୌଣସ ଔପଚାରିକ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହାରି ଭିତରେ ଗାଲାକ୍ସି ଏସ୍‌୨୧ର ଡିଜାଇନ୍‌ ଲିକ୍‌ ହୋଇଛି। ୨୦୨୧ରେ ଆସିବାକୁ ଥିବା ଗାଲାକ୍ସି ଏସ୍‌ ସିରିଜ୍‌ର ଡିଜାଇନ୍‌ ପୁରା ଅଲଗା ହେବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.