ଗାଲାକ୍ସୀ ନୋଟ୍ ୨୦ ଅଲଟ୍ରା, ଭାରତ ବଜାରରେ ସାମସଙ୍ଗର ପ୍ରଥମ ୫ଜି ଫୋନ୍, ଦାମ୍ ଓ ଫିଚର୍ ଜାଣିଲେ ମନ କ'ଣ ହୋଇଯିବ…

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ, ୦୬|୦୮:  ସାମସଙ୍ଗ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ ଗାଲାକ୍ସୀ ନୋଟ୍ ୨୦ ଅଲଟ୍ରା ଲଞ୍ଚ୍ କରିଛି । ଏକ ଭର୍ଚୁଆଲ ଇଭେଣ୍ଟରେ ଏହି ଫୋନର ବଜାର ପ୍ରବେଶ ହୋଇଛି । ଏହି ସିରିଜରେ ଗାଲାକ୍ସୀ ନୋଟ୍ ୨୦ ଓ ଗାଲାକ୍ସୀ ନୋଟ୍ ୨୦ ଅଲଟ୍ରା ସ୍ମାର୍ଟଫୋନ୍ ଲଞ୍ଚ୍ କରାଯାଇଛି । ଏହି ସ୍ମାର୍ଟଫୋନରେ ୧୦୮ ମେଗା ପିକ୍ସଲ ତ୍ରିପଲ କ୍ୟାମେରା ରହିଛି । ଏହାସହ ଏସ ପେନ୍ ଓ ଦମଦାର ବ୍ୟାଟେରୀ ମଧ୍ୟ ରହିଛି ।

ଗାଲାକ୍ସୀ ନୋଟ ୨୦ ଅଲଟ୍ରାର ଦାମ୍ ରହିଛି ୯୭୫୦୦ ଟଙ୍କା । ଏଥିରେ ୬.୯ ଇଞ୍ଚର ସାମୋଲଏଡ୍ ଇନଫିନିଟି-ଓ ଡାଇନାମିକ ଡିସପ୍ଲେ ରହିଛି । ଏହାର ରିଫ୍ରେସ ରେଟ୍ ହେଉଛି ୧୨୦ ଏଚଜେଡ୍ । ଏଥିରେ ୮ଜିବି ଓ ୧୨ ଜିବି ରାମ୍‌ର ଅପସନ୍ ମିଳୁଛି । ଏହାସହ ସ୍ନାପଡ୍ରାଗନ୍ ୮୬୫ ଏସଓସି ପ୍ରୋସେସର ଦିଆଯାଇଛି । ଏହା ୧୨୮, ୨୫୬ ଓ ୫୧୨ ଜିବି ଇନବିଲ୍ଟ ମେମୋରୀରେ ଉପଲବ୍ଧ ।

ଫଟୋଗ୍ରାଫି ପାଇଁ ଏଥିରେ ୧୦୮ ମେଗା ପିକ୍ସଲର ପ୍ରାଇମେରୀ ଲେନ୍ଲ ସହ ଦୁଇଟି ୧୨ ମେଗାପିକ୍ସଲ କ୍ୟାମେରା ଲାଗିଛି । ସେଲଫି ପାଇଁ ୧୦ ଏମପିର କ୍ୟାମେରା ରହିଛି । ଫୋନରେ ୪୫୦୦ ଏମଏଚର ବ୍ୟାଟେରୀ ରହିଛି । ଏହା ଓୟାରଲେସ୍ ଚାର୍ଜିଂ ସିଷ୍ଟମରେ ଚାର୍ଜ ହୁଏ । ଏହା ୫ଜି ସପୋର୍ଟ ମଧ୍ୟ କରେ ।

ଗାଲାକ୍ସୀ ନୋଟ୍ ୨୦ରେ ୬.୭ ଇଞ୍ଚର ଡିସପ୍ଲେ ରହିଛି । ଏହା ୮ଜିବି ରାମ ୨୫୬ ଜିବି ଷ୍ଟୋରେଜରେ ଉପଲବ୍ଧ । ଏହାର ପ୍ରାଇମେରୀ କ୍ୟାମେରା ରହିଛି ୬୪ ଏମପି । ସେହିପରି ସେଲଫିରେ ୧୦ ମେଗାପିକ୍ସଲ କ୍ୟାମେରା ରହିଛି । ଆଣ୍ଡ୍ରୋଏଡ୍ ୧୦ ସହ ୪୩୦୦ ଏମଏଚର ବ୍ୟାଟେରୀ ରହିଛି । ଏଥିରେ ମଧ୍ୟ ଓୟାରଲେସ୍ ଚାର୍ଜିଂ ସିଷ୍ଟମ ରହିଛି । ଏହାର ଦାମ୍ ହେଉଛି ୭୫,୪୦୦ ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.