Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କରୋନା କାଳରେ ରେକର୍ଡ ସାମଗ୍ରୀ ବିକିଲା ଏହି କମ୍ପାନୀ, ସେପ୍ଟେମ୍ବର ତ୍ରୈମାସିକରେ ଲାଭ ୫୯% ବୃଦ୍ଧି

29/10/2020 at 7:31 PM

ସିଓଲ ୨୯।୧୦: ସ୍ମାର୍ଟଫୋନ୍‌ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ନିର୍ମାତାକାରୀ ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗ ଗୁରୁବାର ସୂଚନା ଦେଇଛି ଯେ, ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ଲାଭ ୫୯ ପ୍ରତିଶତ ବୃଦ୍ଧି ଘଟି ଦୁଇ ବର୍ଷର ଉଚ୍ଚସ୍ତରରେ ପହଞ୍ଚିଛି। କମ୍ପାନୀର ଲାଭ ୧୨,୩୫୦ ଅରବ ଓ୍ଵାନ ଅର୍ଥାତ ୧୦.୮୯ ଅରବ ଡଲାରରେ ପହଞ୍ଚି ଯାଇଛି। କମ୍ପାନୀର ଏହି ଲାଭ କମ୍ପ୍ୟୁଟର ମେମୋରି ଚିପ୍, ସ୍ମାର୍ଟଫୋନ୍ ଓ ଉପକରଣ ବିକ୍ରି ଦମରେ ହୋଇଛି।

ଏହି ସମୟରେ କମ୍ପାନୀର ରାଜସ୍ଵ ଆଠ ପ୍ରତିଶତ ବଢି ୬୬, ୯୬୦ ଅରବ ଓ୍ଵାନ ଅର୍ଥାତ ୫୯ ଅରବ ଡଲାରର ସର୍ବାକାଳୀନ ଉଚ୍ଚସ୍ତରରେ ପହଞ୍ଚିଛି। କୌଣସି ତ୍ରୈମାସିକରେ ସାମସଙ୍ଗ ଏହା ସବୁଠୁ ଅଧିକ ରାଜସ୍ଵର ରେକର୍ଡ କରିଛି। କମ୍ପାନୀ ନିଜର ବିବୃତ୍ତିରେ କହିଛି, ସମଗ୍ର ଦୁନିଆରେ କରୋନା ମହାମାରୀର ପ୍ରକୋପ ଜାରି ରହିଥିଲେ ମଧ୍ୟ ପ୍ରମୁଖ ଅର୍ଥବ୍ୟବସ୍ଥା ଦେଶ ଖୋଲିବାରୁ ଉପଭୋକ୍ତାଙ୍କ ଚାହିଦା ଅହେତୁକ ବୃଦ୍ଧି ଘଟିଛି। କମ୍ପାନୀ କହିଛି କମ୍ପ୍ୟୁଟର ଚିପ୍‌ ଚାହିଦା ହ୍ରାସ ଘଟିବା ସହିତ ସ୍ମାର୍ଟଫୋନ୍ ତଥା ଅନ୍ୟ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଚାହିଦା ବୃଦ୍ଧି ଘଟିଛି। ଏହି କାରଣରୁ ଚଳିତ ତ୍ରୈମାସରେ ଲାଭ ହେବାର ଆଶଙ୍କା ରହିଛି।

ଚୀନ-ଆମେରିକା ବିବାଦରୁ ଫାଇଦା

ସାମସଙ୍ଗକୁ କରୋନା ମହାମାରୀ ଏବଂ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇର ଫାଇଦା ମିଳିଛି। ଆମେରିକା ଦ୍ଵାରା ଚୀନ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯିବା ଦ୍ଵାରା ହୁଆଓ୍ଵେଇର ବଜାର ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ସ୍ମାର୍ଟଫୋନ, ସ୍ମାର୍ଟଫୋନ୍ ଚିପ୍ ଓ ଦୂରସଞ୍ଚାର ଉପକରଣ କ୍ଷେତ୍ରରେ ସାମସଙ୍ଗର ସବୁଠୁ ବଡ ପ୍ରତିଯୋଗୀ କମ୍ପାନୀର ବିପୁଳ କ୍ଷତି ଘଟିଛି। ଏଥିରେ ସାମସଙ୍ଗକୁ ଲାଭ  ମିଳିଛି।

   Related Posts