ବଜାରକୁ ଆସିଲା ସାମ୍‌ସଙ୍ଗର ନୂଆ Galaxy note 10 lite

Published By : Prameya-News7 Bureau | January 21, 2020 IST

ମୁମ୍ବାଇ ୨୧।୦୧: ମଙ୍ଗଳବାର ଦିନ ମୋବାଇଲ ବିକ୍ରେତା କମ୍ପାନୀ ସାମ୍‌ସଙ୍ଗ ନିଜର Galaxy note 10 ଲାଇଟ ମଡେଲ୍ ଫୋନ୍ ଭାରତରେ ଲଞ୍ଚ କରିଛି । ୬ଜିବି ଭାରିଏଣ୍ଟ ଫୋନର ଦାମ୍‌ ୩୮,୯୯୯ଟଙ୍କ ରହିଥିବା ବେଳେ ୮ଜିବି ଭାରିଏଣ୍ଟ ଫୋନ୍‌ର ଦାମ୍ ୪୦,୯୯୯ ଟଙ୍କା ରହିଛି । ଫୋନ୍‌ର ପ୍ରି-ବୁକିଙ୍ଗ ୨୧ଜାନୁଆରୀ ଦ୍ବିପହର ୨ଟାରୁ ଆରମ୍ଭ ହୋଇଯାଇଛି । ଫେବୃଆରୀ ୩ ତାରିଖ ସୁଦ୍ଧା ଏହିସବୁ ଫୋନ୍ ରିଟେଲ୍‌ ଷ୍ଟୋର, ଅନଲାଇନ୍‌ ଷ୍ଟୋର ଓ samsumg.comରେ  ଉପଲବ୍ଧ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

{"id":214368,"width":573,"height":321,"sizeSlug":"large"}

Galaxy note 10 ଲାଇଟ୍‌ ଏଣ୍ଟ୍ରି ଲେବଲରେ ପ୍ରିମିୟମ ସ୍ମାର୍ଟଫୋନ ରୂପରେ ବଜାରକୁ ଆସିଛି । ଏହି ସ୍ମାର୍ଟଫୋନର  ଗ୍ରାହକଙ୍କ ପାଇଁ କିଛି ନୂତନ ଫିଚର୍ସ ରହିଛି । ସ୍କୋୟାର ଆକାର ଭଳି ରେୟାର କ୍ୟାମେରା  । ବଜାରରେ Galaxy note 10 ଫୋନ Aura Glow, Aura Black ଓ Aura Red ରଙ୍ଗରେ ଉପଲବ୍ଧ ରହିଛି ।  ୬.୭ ଇଞ୍ଚର ଫୁଲ HD+sAMOLEDର ଡିସ୍‌ପ୍ଲେଏ ରହିବ ।

{"id":214369,"sizeSlug":"large"}

ଫୋନରେ ଅନ୍‌ ସ୍କ୍ରିନ୍ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ଉପଲବ୍ଧ ଅଛି । ଅକ୍ଟାକୋର ପ୍ରୋସେସର ମାଧ୍ୟମରେ ଫୋନ୍‌ ସଂଚାଳିତ ହେବ। ୮ଜିବି ରାମ ସହ ୧୨୮ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ୍ ମେମୋରୀ ଷ୍ଟୋରଜେ ରହିଛି । ୧ଟେରାବାଇଟ୍‌ ପର୍ଯ୍ୟନ୍ତ ଏକ୍ସପ୍ୟାଣ୍ଡେବଲ୍ ମେମୋରି ର ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

{"id":214370,"sizeSlug":"large"}

Galaxy note 10 ଲାଇଟ୍‌ ଫୋନ୍‌ରେ ତିନୋଟି ରିୟର କ୍ୟାମେରା ରହିଛି । ଯାହାର ପ୍ରଥମ କ୍ୟାମେରା ୧୨ମେଗା ଫିକ୍ସଲ ସହ ୟ୍ବାଇଡ୍‌ ଏଙ୍ଗଲ ସେନ୍ସର , ୨ୟ କ୍ୟାମେରାରେ ୧୨ମେଗାଫିକ୍ସଲର ଅଲଟ୍ରା ଓ୍ବାଇଡ ଏଙ୍ଗଲ ସେନ୍ସର ଓ ୩ୟ କ୍ୟାମେରା ୧୨ମେଗାଫିକ୍ସଲ ସହ ଟେଲିଫୋଟୋ ସେନ୍‌ସର ରହିଛି । ସେହିପରି ଫ୍ରଣ୍ଟ କ୍ୟାମେରା ୩୨ ମେଗାଫିକ୍ସଲ ସହ ସେଲ୍‌ଫି କ୍ୟାମେରା ମଧ୍ୟ ରହିଛି । Galaxy note 10ଫୋନରେ ୪୫୦୦ ଏମ୍‌ଏଚ୍‌ ବ୍ୟାଟେରୀ ରହିଛି । ଫୋନ୍‌ରେ ପୋଷ୍ଟ ଚାର୍ଜି ସପୋର୍ଟ ମଧ୍ୟ ଉପଲବ୍ଧ ଅଛି । ଏହି ଫୋନ୍‌ ଆଣ୍ଡ୍ରୋଏଡ ୧୦ର ବେଷ୍ଟ One UIରେ କାମ କରିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.