ସାମସଙ୍ଗ ଭାରତରେ ଖୁବ୍ ଶୀଘ୍ର ଲଞ୍ଚ୍ କରିପାରେ ଏହି ସ୍ମାର୍ଟ ଫୋନ୍, ଜାଣନ୍ତୁ ସବିଶେଷ ତଥ୍ୟ

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୩।୧୧: ସାମସଙ୍ଗ ଖୁବ୍ ଶୀଘ୍ର ଭରତରେ ଏକ ନୂଆ ଏଣ୍ଟ୍ରି ଲେଭଲ Galaxy M02 ସ୍ମାର୍ଟ ଫୋନ୍ ଲଞ୍ଚ କରିପାରେ । ଏହି ସ୍ମାର୍ଟ ଫୋନ୍ କୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ସ (BIS) ରେ ସ୍ପଟ୍ କରାଯାଇଛି । ଲିଷ୍ଟିଂରୁ ଏହି ସୂଚନା ମିଳିଛି ଯେ, ଏହା ଡୁଆଲ୍ ସିମ୍ ସପୋର୍ଟରେ ଆସିବ । M02କୁ ନେଇ ସୂଚନା ସାମ୍ନାକୁ ଆସିବା ଏହା ପ୍ରଥମ ଥର ନୁହେଁ । ଏକ ପୁରୁଣା ଲିକ୍ ରିପୋର୍ଟ ତଥ୍ୟ ଅନୁଯାୟୀ ଏହି ଫୋନ୍ କ୍ବାଲକମ୍ ର ଏଣ୍ଟ୍ରି ଲେଭଲ ସ୍ନ୍ୟାପଡ୍ରାଗନ ୪୫୦ ପ୍ରୋସେସର ସହ ଆସିବ ଏବଂ ଏହି ପ୍ରୋସେସର ସହ ୨ ଜିବି ରାମ୍ ଏବଂ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ମେମୋରି ମିଳିବ ।

ଏହି ସ୍ମାଟଫୋନ୍ ରେ ମାଇକ୍ରୋଏସଡି କାର୍ଡ ସ୍ଲଟ୍ ମଧ୍ୟ ଉପଲବ୍ଧ ହେବ । କାରଣ ଷ୍ଟୋରେଜକୁ ବୃଦ୍ଧି କରାଯାଇପାରେ । ଏହା ଆଣ୍ଡ୍ରଏଡ୍ ବେସଡ One UI ସପ୍ଟଓ୍ବେୟାରରେ ଚାଲିବ । ଏଥିରେ ବ୍ଲୁଟୁଥ୍ ୪.୨, ଓ୍ବାଇଫାଇ ଏବଂ ଏଲଟିଇ ଭଳି ଫିଚର୍ସ ମଧ୍ୟ ମିଳିବା ନେଇ ଆଶା କରାଯାଉଛି ।

କୁହାଯାଉଛି ଯେ, Galaxy M02କୁ M01sର ଅପଗ୍ରେଡ ଭାବରେ ବଜାରରେ ଉପଲବ୍ଧ କରାଯାଉଛି । M01sକୁ ଭାରତରେ ଚଳିତବର୍ଷ ଜୁଲାଇ ମାସରେ ଲଞ୍ଚ କରାଯାଇଥିଲା । ଏହାର ମୂଲ୍ୟ ୯,୯୯୯ ଟଙ୍କା ରହିଥିଲା । M01s ରେ ୬.୨ ଇଞ୍ଚ ଏଚଡି+ଟିଫଟି ଡିସପ୍ଲେ ସହିତ ଆସୁଛି । ଏଥିରେ ଅକ୍ଟା କୋର ମେଡିଆ ଟେକ୍ ହେଲିଓ ପି ୨୨ ପ୍ରୋସେସର ମିଳୁଛି । ଏହାର ବ୍ୟାଟେରୀ ୪,୦୦୦ mAh । ଏଥିରେ ଫଟୋଗ୍ରାଫି ପାଇଁ ୧୩ ଏମପି ଏବଂ ୨ ଏମପିର ଦୁଇଟି ରିୟର କ୍ୟାମେରା ମିଳୁଛି । ଏହାର ସେଲ୍ଫ କ୍ୟାମେରା ୮ ଏମପିର ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.