ସାମସଙ୍ଗ୍ ୟୁଜର୍ସଙ୍କୁ ବଡ ଝଟ୍‌କା : ଜୁନ୍ ୧ରୁ ଏହିସବୁ ସ୍ମାର୍ଟ ଫୋନରେ ବନ୍ଦ ହୋଇଯିବ ଏହି ଫିଚର୍

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧/୦୫ : ଦକ୍ଷିଣ କୋରିଆର ପ୍ରତିଷ୍ଠିତ କମ୍ପାନୀ ସାମସଙ୍ଗ୍ ନିକଟରେ ନିଜର ଏକ ଖାସ୍ ସେବା ବନ୍ଦ କରିବାକୁ ଘୋଷଣା କରିଛି | S Voice ଆସିଷ୍ଟାଣ୍ଟକୁ ଜୁନ ୧ ତାରିଖରୁ ବନ୍ଦ କରିବାକୁ କମ୍ପାନୀ ଘୋଷଣା କରିଛି | ଅର୍ଥାତ ଆସନ୍ତାକାଲି, ସୋମବାର ଠାରୁ ଏହି ସେବା ବନ୍ଦ ହୋଇଯିବ | ସାମସଙ୍ଗ୍ ସ୍ମାର୍ଟଫୋନ୍ ପାଇଁ ଏହି S Voice ଆସିଷ୍ଟାଣ୍ଟ Bixby) ର ବହୁତ ପୂର୍ବରୁ ଲଞ୍ଚ କରାଯାଇଥିଲା | ବର୍ତ୍ତମାନ ଅଫିସିଆଲି ଏହାର ଶେଷ ତାରିଖ ଘୋଷଣା କରାଯାଇଛି |

ସାମସଙ୍ଗ୍ ନିଜ ସପୋର୍ଟ ପେଜରେ ସାମସଙ୍ଗର କିଛି ମଡେଲର ତାଲିକା ଜାରି କରିଛି ଯେଉଁଥିରେ S Voice ଆସିଷ୍ଟାଣ୍ଟ କାମ କରେ | ଏଥିରେ Galaxy A3, Galaxy A5, Galaxy A7, Galaxy A8, Galaxy A9, Galaxy Note FE, Galaxy Note5, Galaxy Note4, Galaxy Note3, Galaxy Note2, Galaxy S7, Galaxy S7 edge, Galaxy S6, Galaxy S6 edge, Galaxy S5, Galaxy S4, Galaxy S3, Gear S, Gear S2, Galaxy Watch, Galaxy Watch Active, Gear S3, Gear Sport ସାମିଲ ରହିଛି |

ସାମସଙ୍ଗ୍ S Voice ରେ କଲିଂ ପାଇଁ କମାଣ୍ଡ, ରିମାଇଣ୍ଡର ସେଟ୍ କରିବା ଭଳି କାମ କରାଯାଇପାରେ | ଏହା ୟୁଜର୍ସଙ୍କୁ ସମୟ ମଧ୍ୟ ସୂଚାଇଥାଏ | କମାଣ୍ଡ୍ ଅନୁଯାୟୀ ଏହା ଇଣ୍ଟରନେଟରେ ସର୍ଚ୍ଚ ମଧ୍ୟ କରିଥାଏ | ସାମସଙ୍ଗ୍ ଗାଲାକ୍ସି S8 ପରେ କମ୍ପାନୀ ନିଜର ପାୱାରଫୁଲ ଭଏସ୍ ଆସିଷ୍ଟାଣ୍ଟ Bixby ଲଞ୍ଚ କରିଥିଲା |

ଗତ ସପ୍ତାହରେ କମ୍ପାନୀ ସୂଚନା ଦେଇଥିଲା ଯେ କମ୍ପାନୀର ସ୍ମାର୍ଟ ଭିୟୁ ଆପକୁ ୨୦୨୦ ଅକ୍ଟୋବର ୫ ତାରିଖ ପରେ ବ୍ୟବହାର କରାଯାଇପାରିବ ନାହିଁ | କିଛି ଦିନ ପୂର୍ବରୁ ସାମସଙ୍ଗ ଡ଼ିସପ୍ଲେକୁ ନେଇ ମଧ୍ୟ ରିପୋର୍ଟ ସାମ୍ନାକୁ ଆସିଥିଲା | ୨୦୨୦ ଶେଷ ଆଡକୁ ସାମସଙ୍ଗ LCD ପାନେଲର ମେନୁଫେକଚରିଂ ବନ୍ଦ କରିଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.