Samsung ଏବଂ LG ଗ୍ରାହକଙ୍କ ପାଇଁ ଖୁସି ଖବର : ଏସବୁ ଜିନିଷ ପ୍ରି-ବୁକିଂ କରି ପାଆନ୍ତୁ ୧୦୦୦ଟଙ୍କାର ଫାଇଦା

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୬/୫: ଦେଶର ଅଗ୍ରଣୀ କନଜ୍ୟୁମର ଇଲେକ୍ଟୋନିକ୍ସ ଏବଂ ସ୍ମାର୍ଟଫୋନ୍ ବ୍ରାଣ୍ଡ ସ୍ୟାମସଙ୍ଗ୍ ଏବଂ ଏଲଜି ଭଳି ପ୍ରମୁଖ କମ୍ପାନୀ ଲକଡାଉନରେ ବଢ଼ୁଥିବା ଅବଧିରେ ଗ୍ରାହକଙ୍କ ପାଇଁ ପ୍ରି-ବୁକିଂ ଆରମ୍ଭ କରିଛନ୍ତି। ଏହା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଅନେକ ଅଫର ମଧ୍ୟ ଆରମ୍ଭ କରିଛି। ଏଲଜି ଏବଂ ସାମସଙ୍ଗ୍ ଉଭୟ ନିଜ ନିଜ ଓ୍ବେବସାଇଟରେ ଅନେକ ପ୍ରଡକ୍ଟସର ପ୍ରି-ବୁକିଂ ଆରମ୍ଭ କରି ଦେଇଛନ୍ତି।

ଏଗୁଡ଼ିକ ପରେ ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କ ଦ୍ବାରା ଘରକୁ ଘର ଡେଲିଭର କରାଯିବ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ୧୦,୦୦୦ଟଙ୍କାର ଗିଫ୍ଟ ଭାଉଚର ଆରମ୍ଭ କରିଛି। ଏଥିରେ କ୍ୟାସବ୍ୟାକ୍ ଏବଂ ବାକି ପ୍ରଡକ୍ଟସ ମଧ୍ୟ ସାମିଲ ରହିଛି।

ସୂଚନା ଅନୁଯାୟୀ ସ୍ୟାମସଙ୍ଗର ‘ଷ୍ଟେ ହୋମ୍,ଷ୍ଟେ ହ୍ୟାପି,ଲଗ୍ ଇନ୍ ଟୁ ଗ୍ରେଟ୍ ଅଫର୍ସ’ନାମକ ଏହି ପ୍ରୋଗ୍ରାମ୍ କମ୍ପାନୀର ସମସ୍ତ ଇଲେକ୍ଟୋନିକ୍ ପ୍ରଡକ୍ଟ-ଟିଭି,ଫ୍ରିଜ୍,ଏୟାର କଣ୍ଡିସନର,ଓ୍ବାଶିଂ ମେସିନ୍ ଏବଂ ସ୍ମାର୍ଟ ଓଭାନ୍ ଉପରେ ଲାଗୁ ହେବ।

ଏଲଜି ମେ ୧୫ତାରିଖ ଯାଏଁ ଏବଂ ସ୍ୟାମସଙ୍ଗ୍ ମେ ୮ତାରିଖ ଯାଏଁ ପ୍ରି-ବୁକିଂ ସେବା ଆରମ୍ଭ କରିଛି। ଏବଂ ଏହି ଅଫର ଉପରେ ଏକ୍ସପ୍ରେସ୍ ଡେଲିଭରି ବ୍ୟତୀତ ୧୫ପ୍ରତିଶତ କ୍ୟାସବ୍ୟାକ୍ ଏବଂ ୧୮ମାସ ଯାଏଁ ଲମ୍ବା ଅବଧିର କରଜରେ ବିନା ସୁଧର ଇଏମଆଇର ସୁବିଧା ମଧ୍ୟ ଉପଲବ୍ଧ ହେବ। ଦେଶରେ ମାର୍ଚ୍ଚ ୨୫ତାରିଖରୁ ଲାଗୁ ଲକଡାଉନ୍ ଯୋଗୁଁ ଘରୋଇ ଇଲେକ୍ଟୋନିକ୍ ଉତ୍ପାଦର ଖୁଚୁରା ଦୋକାନ ବନ୍ଦ ରହିଛି। ସେପଟେ କେନ୍ଦ୍ର ସରକାର ମେ ୪ତାରିଖରୁ ଲକଡାଉନର ନିୟମ-ସର୍ତ୍ତରେ କିଛି ଆଶ୍ବସ୍ତି ଦେଇଛି,ଏହା ଦ୍ବାରା କମ୍ପାନୀର ଚାହିଦାରେ ସୁଧାରର ଆଶା ରହିଛି।

ସ୍ୟାମସଙ୍ଗ୍ ଏକ ବୟାନରେ କହିଛି ଯେ,‘ କରୋନା ଭାଇରସ୍ ମହାମାରୀକୁ ଆଖି ଆଗରେ ରଖି କମ୍ପାନୀ ନିଜର ସମସ୍ତ ଖୁଚୁରା ଏବଂ ବିତରଣ ନେଟଓ୍ବାର୍କ ଉପରେ ଗ୍ରାହକଙ୍କୁ ପ୍ରି-ବୁକିଂ କରିବାକୁ ସାହାଯ୍ୟର ବ୍ୟବସ୍ଥା କରିଛି।

ଗ୍ରାହକମାନେ ଘରୁ ନ ବାହାରି ଉତ୍ପାଦ ବୁକିଂ କରି ପାରିବେ। ସେମାନେ କମ୍ପାନୀର ଅନଲାଇନ୍ ମଞ୍ଚ ସ୍ୟାମସଙ୍ଗ୍ ଶପରେ ଜିନିଷ ବୁକିଂ କରି ପାରିବେ ଯାହାକୁ ପରେ ସ୍ୟାମସଙ୍ଗର ଅଧିକୃତ ଡିଲର ଦ୍ବାରା ଘରେ ଘରେ ଡେଲିଭର କରାଯିବ। ଏଲଜି ମଧ୍ୟ ମୋବାଇଲ୍,ଘରୋଇ ଇଲେକ୍ଟୋନିକ୍ ଜିନିଷ ଇତ୍ୟାଦି ପ୍ରି-ବୁକିଂ ଆରମ୍ଭ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.