ନୂଆଦିଲ୍ଲୀ ୦୩/୦୯- ଦକ୍ଷିଣ କୋରିଆ କମ୍ପାନି ସାମସଙ୍ଗ ଇଲେକଟ୍ରନିକ୍ସ ତାର ପ୍ରଥମ ୫ଜି ଟେକ୍ନିକ ଯୁକ୍ତ ଫ୍ଲେକସିବଲ୍ ଲାପଟପ୍ ଲଞ୍ଚ କରିଛି। ଏହି ଲାପଟପରେ ଇଣ୍ଟଲର ଲାଟେଷ୍ଟ୍ ୧୧ତମ ଜେନେରସନ କୋର୍ ପ୍ରୋସେସର ରହିଛି। ଯାହା ଆଡଭାନ୍ସ କମ୍ପ୍ୟୁଟିଂରେ ଲୋକଙ୍କୁ ଖୁବ୍ ସାହାଯ୍ୟ କରିବ। ଲାପଟପ୍ ବ୍ୟାଟେରି ମଧ୍ୟ ଦୀର୍ଘ ସମୟ ପର୍ଯନ୍ତ ଚାଲିବ।
କମ୍ପାନି କହିଛି ଟୁ-ଇନ୍-ଓ୍ବାନ୍ ଗାଲାକ୍ସି ବୁକ୍ ପ୍ଲେକ୍ସ ୫ଜି,ଇଣ୍ଟେଲ ଆରିସ୍ ଏକ୍ସ ଗ୍ରାଫିକ୍ସ ସହ ୧୧ ତମ ଜେନେରାଲ ଇଣ୍ଟେଲ କୋର ମୋବାଇଲ ପିସି ଚିପ୍ ଦ୍ବାରା ସଞ୍ଚାଳିତ। ଏଥିରେ ଓ୍ବାଇ-ଫାଇ ୬ ଓ ୫ଜି କନେକ୍ଟିଭିଟି ରହିଛି। ଏହି ଡିଭାଇସରେ ୧୩ଏମପିରେ ବିଶ୍ବ ସ୍ତରୀୟ କ୍ୟାମେରା ଓ ଏସ୍ ପେନ୍ ବି ଅଛି।
ଗାଲାକ୍ସି ବୁକ୍ ଫ୍ଲେକ୍ସ ୫ଜି ବ୍ରାଇଟ୍ ଓ ଶାନଦାର ଫଟୋ ପ୍ରଦାନ କରେ। ଏଥିରେ ଅଛି ୭୨୦ପି ଫ୍ରଣ୍ଟ ଫେସିଙ୍ଗ କ୍ୟାମେରା । ଏହି ଲାପଟପର ଓଜନ ୧.୨୯ କିଲୋଗ୍ରାମ। ଏହାର ବ୍ୟାଟେରି କ୍ଷମତା ୬୯.୭ ଓ୍ବାଟ । ଲାପଟପରେ ୧୬ଜିବି ମେମୋରି ଓ ୫୧୨ ଜିବି ଷ୍ଟୋରେଜ୍ ଅଛି।