ଆଖିରେ ଆଖିରେ ହେବ ସବୁ କାମ ! ସ୍ମାର୍ଟ ଚଷମା ଲଞ୍ଚ କଲା ସାଓମି, ରହିଛି ଏମିତି ଫିଚର୍ସ

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯: ଚୀନର ବଡ଼ ଟେକନୋଲୋଜି କମ୍ପାନୀ ସାଓମି ଏକ ନୂଆ ସ୍ମାର୍ଟ ଚଷମା ଲଞ୍ଚ କରିଛି।  ଏହି ଚଷମା ସାଧାରଣ ସନଗ୍ଲାସ୍‌ ଭଳି ଦେଖାଯାଉଥିଲେ ହେଁ ଏଥିରେ ଅନେକ ସୁବିଧା ରହିଛି। ସେନ୍ସର ସହିତ ବହୁ ଫିଚର୍ସ ଦିଆଯାଇଛି । ଏହି ସ୍ମାର୍ଟ ଚଷମା​‌କୁ କଲ, ମେସେଜ୍‌, ନେଭିଗେସନ୍‌ ଏବଂ ଫଟୋ ଉଠାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି।

ଏଥିରେ କଲ୍‌ କରିବାର ସୁବିଧା ଉପଲବ୍ଧ ଥିବା ବେଳେ ଫଟୋ ମଧ୍ୟ କ୍ଲିକ୍‌ କରିହେବ। ଏହା ସହ ସ୍ମାର୍ଟ ଚଷମାରେ ନେଭିଗେସନ୍‌ ଏବଂ ରିୟଲ ଟାଇମ୍‌ ଟେକ୍ସଟ୍‌ ଟ୍ରାନ୍ସଲେସନ୍‌ ଆଦି ସାମିଲ ରହିଛି। କୌଣସି ସ୍ଥାନରେ ଲେଖାଥିବା ଭାଷାକୁ ଆପଣ ଆଖି​‌ରେ ଆଖିରେ ନିଜ ଭାଷାରେ ଟ୍ରାନ୍ସଲେଟ୍ କରି ବୁଝିପାରିବେ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ଦାମ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ସାଓମିର ଏକ ସ୍ମାର୍ଟ ଚଷମା ପ୍ରଥମେ ଚୀନ ବଜାରରେ ଉପଲବ୍ଧ ହେବ। ଚଷମାର ଓଜନ ୫୧ ଗ୍ରାମ୍‌ ହୋଇଥିବା ବେଳେ ଏଥିରେ ନୂଆ ମାଇକ୍ରୋଗାଡ୍‌ ଅପ୍ଟିକାଲ୍‌ ଓ୍ବେବଗାଇଡ୍‌ ଟେକ୍ନୋଲୋଜି ଦିଆଯାଇଛି। ଏହା ଦ୍ବାରା ଆଖି ସାମ୍ନାରେ ମେସେଜ, ନୋଟିଟିଫିକିସେନ୍‌ ଡିସପ୍ଲେ ହୋଇପାରିବ । ସାଓମି ଚଷମାରେ ୫ ମେଗାପିକ୍ସଲର କ୍ୟାମେରା ଖଞ୍ଜାଯାଇଥିବା ବେଳେ ଏହା ଅଡିଓକୁ ଟେକ୍ସଟ୍‌ରେ ପରିବର୍ତ୍ତନ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.