ଦୁଇ ଦିନିଆ ରିମାଣ୍ଡରେ ସୁପାରି କିଲର ସଂପଦ, କ୍ରାଇମ୍‌ ରେକର୍ଡ ନେଇ ଖୋଳତାଡ଼ କରିବ ପୋଲିସ

Published By : Prameya-News7 Bureau | December 02, 2021 IST

ଭୁବନେଶ୍ୱର ୦୨।୧୨: ନୟାପଲ୍ଲୀରୁ ସୁପାରି କିଲର ଗିରଫ ମାମଲା । ସୁପାରି କିଲର ସମ୍ପଦକୁ ୨ ଦିନିଆ ରିମାଣ୍ଡରେ ଆଣିଛି ନୟାପଲ୍ଲୀ ଥାନା ପୋଲିସ । ପୂର୍ବରୁ ସଂପଦକୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇସାଇଥିଲେ କୋର୍ଟ ।

ଖବର ଅନୁଯାୟୀ, କିଛି ଦିନ ତଳେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରି କିଲରକୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ସୁପାରି କିଲରକୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ନୟାପଲ୍ଲୀ ଥାନା ପୋଲିସକୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଏହାପରେ ଆଜିଠୁ ସୁପାରି କିଲର ସଂପଦକୁ ୨ ଦିନିଆ ରିମାଣ୍ଡରେ ଆଣିଛି ନୟାପଲ୍ଲୀ ଥାନା ପୋଲିସ । ଏହି ସମୟରେ ସଂପଦର କ୍ରାଇମ୍‌ ନେଟ୍‌ଓ୍ୱାର୍କ ନେି ଖୋଲତାଡ଼ କରିବ ପୋଲିସ । ଏହାସହିତ ଫେରାର ସହଯୋଗୀ ଠିକଣା ବାବଦରେ ମଧ୍ୟ ଖୋଲତାଡ଼ କରିବ ପୋଲିସ । ସମ୍ପଦ ଏମିତି କେତେ ଜଣଙ୍କୁ ଠାରୁ ସୁପାରି ନେଇ ହତ୍ୟା କରିଛି । ସେ ଉପରେ ମଧ୍ୟ ଜେରା କରିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.