୨ ଦିନିଆ ରିମାଣ୍ଡରେ ଯିବ ସୁପାରୀ କିଲର, କାହାକୁ ହତ୍ୟା ପାଇଁ ସମ୍ପଦ କରିଥିଲା ଯୋଜନା ? ଖୋଲତାଡ଼ କରିବ ପୋଲିସ

Published By : Prameya-News7 Bureau | November 30, 2021 IST

ଭୁବନେଶ୍ବର ୩୦।୧୧: ଦୁଇ ଦିନିଆ ରିମାଣ୍ଡରେ ଆସିବ ସୁପାରୀ କିଲର । ଗିରଫ ହୋଇଥିବା ସୁପାରୀ କିଲର ସମ୍ପଦକୁ ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ବର ଏସ୍‌ଡିଜେଏମ କୋର୍ଟ । ସମ୍ପଦକୁ ରିମାଣ୍ଡରେ ନେବ ନୟାପଲି ଥାନା ପୋଲିସ ।

ଖବର ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଏବେ ତାକୁ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।ତେବେ ଏହି ରିମାଣ୍ଡ ଅବଧି ସମୟରେ ଘଟଣାସ୍ଥଳରୁ ଫେରାର ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ପୋଲିସ । ସମ୍ପଦକୁ କିଏ ସୁପାରୀ ଦେଇ କାହାକୁ ହତ୍ୟା ପାଇଁ ଯୋଜନା କରିଥିଲା । ସମ୍ପଦ କେତେ ମାଉଜର ମୁଙ୍ଗେରରୁ ଆଣି ବିକ୍ରି କରିଛି। ଏ ସବୁର ଖୋଳତାଡ଼ କରିବ କମିଶନରେଟ ପୋଲିସ ।ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଥନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.