Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସିଙ୍ଗଡ଼ା ଦାମକୁ ନେଇ ମହାଭାରତ, ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବକ, ଜାଣନ୍ତୁ ପୂରା ମାମଲା

27/07/2021 at 5:50 PM

ଭୋପାଳ ୨୭/୭: ସାମାନ୍ୟ ଗୋଟିଏ ସିଙ୍ଗଡ଼ା ପାଇଁ ସବୁ ଶେଷ ହୋଇଗଲା। ଜଣେ ଯୁବକ ନେଇଛି ସିଙ୍ଗଡ଼ା। ସମୋସା ବା ସିଙ୍ଗଡ଼ା ଦାମ୍‌ ବୃଦ୍ଧିକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଜୀବନ ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଅନୁପପୁର ଜିଲ୍ଲାର ଅମରକଣ୍ଟକ ଥାନା ଅନ୍ତର୍ଗତ ବାନ୍ଧା ଗାଁରେ ୨୨ ଜୁଲାଇରେ ଏହି ଘଟଣା ଘଟିଥିଲା। ବିବାଦ ହେବା ପରେ ଯୁବକ ଜଣଙ୍କ ନିଜ ଉପରେ ପେଟ୍ରୋଲ୍‌ ଢ଼ାଳି ନିଜକୁ ନିଆଁ ଲଗାଇଦେଇଥିବା କୁହାଯାଉଛି। ୨୪ ଜୁଲାଇରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଯୁବୁକ ଜଣଙ୍କ ୩୦ ବର୍ଷୀୟ ବଜରୁ ଜୟସ୍ବାଲ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବଜରୁ ନିଜର ଜ​‌ଣେ ବନ୍ଧୁଙ୍କ ସହ ସିଙ୍ଗଡ଼ା ଖାଇବାକୁ ଯାଇଥିଲେ। ଦୋକାନୀକୁ ଦୁଇଟି ସିଙ୍ଗଡ଼ା ମାଗିଥିଲେ। ମହିଳା ଦୋକାନୀ ତାଙ୍କୁ ୨୦ ଟଙ୍କା ଦେବାକୁ କହିଥିଲେ। ସିଙ୍ଗଡ଼ା ଦାମ ବୃଦ୍ଧିର କାରଣ ଜାଣିବାକୁ ଚାହିଁଥିଲେ ବଜରୁ। କାରଣ ପୂର୍ବରୁ ସିଙ୍ଗଡ଼ା ଦାମ ୭.୫୦ ଟଙ୍କା ଥିଲା। ସବୁ ଦାମ ବଢ଼ୁଥିବାରୁ ସିଙ୍ଗଡ଼ା ଦାମ ବଢ଼ିଛି ବୋଲି ଦୋକିନୀ କଞ୍ଚନ ସାହୁ କହିଥିଲେ। ଏହାକୁ ନେଇ ଷ୍ଟଲ ମାଲି ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ମହିଳାଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ସହ ପୋଲିସ ବରଜୁଙ୍କ ନାଁରେ ମାମଲା ମଧ୍ୟ ରୁଜୁ କଲା। ପୋଲିସ ତାଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରି ଛାଡ଼ି ଦେବା ପରେ ବରଜୁ ପୁଣି ଥରେ ସେହି ଦୋକାନକୁ ଯିବାରୁ ଷ୍ଟଲ ମାଲିକ ଏବଂ ତାଙ୍କ ମଧ୍ୟରେ ପୁଣି ଥରେ ବିବାଦ ହୋଇଥିଲା। ବିବାଦ ପରେ ସେ ନିଜ ଉପରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଇଥିବା କୁହାଯାଉଛି।

ଏହି ମାମଲା ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେବା ପରେ ସାମ୍ନାକୁ ଆସିଥିଲା।  ତାଙ୍କୁ କଞ୍ଚନ ନିଆଁ ଲଗାଇଥିବା ଏବଂ ଜଣେ ପୋଲିସ ଅଧିକାରୀ ମାଡ଼ ମାରିଥିବା ଦାବି କରିଥିଲେ ବରଜୁ । ସେପଟେ ଏହାକୁ ଖଣ୍ଡନ କରିବା ସହ ବରଜୁ ତାଙ୍କ ପରିବାରକୁ ନିପାତ କରିବାକୁ ଧମକ ଦେଇଥିବା ଦୋକାନୀ କଞ୍ଚନ ସାହୁ ଅଭଯୋଗ କରିଛନ୍ତି। ପୋଲିସ ଏବେ ସବୁ ଦିଗକୁ ନେଇ ତଦନ୍ତ କରୁଛି ।

   Related Posts