Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପ୍ରେମର ଦଣ୍ଡ ‘ଅନର କିଲିଂ’ ? ନିଜ ଝିଅ ସହ ଦଳିତ ଯୁବକଙ୍କୁ ତାଙ୍କ ମା’ ଆଗରେ ପିଟି ପିଟି ମାରିଦେଲେ ମୁସ୍‌ଲିମ୍‌ ପରିବାର

25/06/2021 at 9:31 PM

ବିଜୟପୁରା ୨୫/୬: କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଅନର କିଲିଂ ମାମଲା ସାମ୍ନାକୁ ଆସିଛି। ଏକ ମୁସଲିମ୍‌ ପରିବାର ନିଜ ଝିଅ ଏବଂ ଜଣେ ଦଳିତ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜାଣି ମୁସଲିମ୍‌ ପରିବାର ପ୍ରେମୀଯୁଗଳଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ନିର୍ମମ ହତ୍ୟାକାଣ୍ଡ ମଙ୍ଗଳବାର ବିଜୟପୁରା ଜିଲ୍ଲାର ସାଲାଦହାଲ୍ଳୀ ଗାଁରେ ଘଟିଛି। ୧୯ ବର୍ଷୀୟ ବସବରାଜୁ ଏବଂ ୧୬ ବର୍ଷୀୟ ଦାବାଲବିଙ୍କ ମୃତ୍ୟୁ ହୋଇଛି। ମୁସଲିମ୍‌ ପରିବାର ପୂର୍ବରୁ ଝିଅକୁ ଯୁବକଙ୍କ ପାଖରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଦାବାଲବି ପରିବାର କଥାକୁ କର୍ଣ୍ଣପାତ ନକରି ନିଜ ପ୍ରେମିକଙ୍କ ସହ ଦେଖା ସାକ୍ଷାତ କରୁଥିଲେ।

ପୋଲିସର କହିବା ଅନୁଯାୟୀ, ମଙ୍ଗଳବାର ଯୁବକ ଏବଂ ଯୁବତୀ ଗାଁର ଏକ କ୍ଷେତରେ  ଥିଲେ। ଠିକ୍‌ ସେହି ସମୟରେ ଖବର ପାଇଁ ଯୁବତୀଙ୍କ ବାପା, ଭାଇ, ଦୁଇ ଭିଣୋଇ ଏବଂ ଅନ୍ୟ ଜଣେ ଆସି ପଥର ଓ ବାଡ଼ିରେ  ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରେମୀଯୁଗଳଙ୍କୁ ନିର୍ମମ ହତ୍ୟା କରିବା ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ।

ଘଟଣା ସମ୍ପର୍କରେ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହତ୍ୟା ମାମଲାରେ ବୁଧବାର ୨ ଜଣ ଏବଂ ଗୁରୁବାର ୨ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ବିଜୟପୁରା ଏସପିଙ୍କ ଅନୁସାରେ ନିଜ ମାଙ୍କ ଆଗରେ ଦଳିତ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ମୁସଲିମ ପରିବାର।

ବସବାରାଜଙ୍କ ମା କହିଛନ୍ତି, ‘ଆମେ ଯେତେବେଳେ ଖବର ପାଇଲୁ ଦୁଇ ଜଣଙ୍କୁ ଝିଅ ଘର ଲୋକେ ଗଛରେ ବାନ୍ଧି ଦେଇଛନ୍ତି  ଆମେ ସେଠାରେ ପହଞ୍ଚିଥିଲୁ। ଆମେ ସେମାନଙ୍କୁ କାକୁତି ମିନତୀ ହେଲୁ । ସେମାନଙ୍କୁ ଛାଡ଼ି ଦେବାକୁ ଝିଅ ଘର ଲୋକଙ୍କୁ ବହୁତ ଅନୁରୋଧ କଲି । ସେ ମୋ କଥା ନଶୁଣି ମୋତେ ଧମକ ଦେଇଥିଲେ। ସେ ମୋ ଆଗରେ ସେମାନଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ପିଟି ଚାଲିଥିଲେ। ଏହା ସହ ଛୁରୀ ଭୁଶି ସେମାନଙ୍କ ହତ୍ୟା କରିଦେଲେ।’  

କର୍ଣ୍ଣାଟକର ଏହି ଘଟଣାଟିକୁ ଯିଏ ବି ଶୁଣୁଛି ସେମାନଙ୍କ ଛାତି ଥରିଉଠୁଛି। ଜଣେ ମା’ ଆଗରେ ତାର ଭେଣ୍ଡିଆ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା  ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଲୋକ ଦେଖାଣିଆ ସମ୍ମାନ ରକ୍ଷା କରିବାକୁ ନିଜ ଝିଅକୁ ବି ଛାଡ଼ିଲେନି ପରିବାର। ଏ ଘଟଣା ଶୁଣିସାରିବା ପରେ ଯେ କେହି ବି ପଚାରୁଛନ୍ତି ପ୍ରେମର ଦଣ୍ଡ କଣ ‘ଅନର କିଲିଂ’ ?

   Related Posts