୧୨ ବର୍ଷ ତଳେ ଘଟିଥିବା ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ରାୟ ସଂରକ୍ଷିତ, ପରବର୍ତ୍ତୀ ଶୁଣାଣୀ ମାର୍ଚ୍ଚ ୧୪ରେ

Published By : Prameya-News7 Bureau | March 11, 2019 IST

ନୂଆଦିଲ୍ଲୀ୧୧|୩: ସମଝୌତା ଏକ୍ସପ୍ରେସରେ ବିସ୍ଫୋରଣ ମାମଲାରେ ଏନଆଇଏ  କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।  ଆଇଡି ଦ୍ବାରା ଟ୍ରେନେର କରାଯାଇଥିବା ଭୟଙ୍କର ବିସ୍ଫୋରଣ ଘଟଣାର ୧୨  ବର୍ଷ ପରେ ଆଜି ଶୁଣାଣି କରି ରାୟକୁ ସଂରକ୍ଷି ରଖିଛନ୍ତି କୋର୍ଟ। ମାର୍ଚ୍ଚ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

{"id":92700,"width":574,"height":291}

ଏହି ଘଟଣାରେ ପାକିସ୍ତାନୀ ନାଗରିକଙ୍କ ସମେତ ମୋଟ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୭ ଫେବୃଆରି ୧୮ ରେ  ଆଇଡି ଓ କିଛି ଦହନଶୀଳ ପଦାର୍ଥ ଯୋଗୁ ସମଝୌତା ଏକ୍ସପ୍ରେସରେ ବିସ୍ଫୋରଣ ହୋଇଥିଲା।

{"id":92703,"width":565,"height":424}

ବିସ୍ଫୋରଣ ପ୍ରଭାବରେ ହରିୟାଣା ନିକଟସ୍ଥ ପାନିପତରେ ଟ୍ରେନର ଦୁଇଟି ବଗି ଜଳିଯାଇଥିଲା। ଘଟଣାସ୍ଥଳରୁ ଅନ୍ୟ ଏକ ବଗିରୁ ଦୁଇଟି ଅଫୁଟା ସୁଟକେସ ବୋମା ଜବତ କରିଥିଲେ ତଦନ୍ତକାରୀ ଦଳ।

{"id":92701}

ଏହି ଘଟଣାରେ ଏନଆଇଏ ୮ ଜଣଙ୍କୁ ଅଭିଯୁକ୍ତ କରିଛି। ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୁନୀଲ ଯୋଶୀର ୨୦୦୭ରେ ହତ୍ୟା କରାଯାଇଥିଲା। ତିନି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

{"id":92704,"width":573,"height":429}

ଅଭିଯୁକ୍ତମାନଙ୍କୁ ମଧ୍ୟପ୍ରଦେଶ ବଗଲି ଦିୱସ ଏବଂ ହରିୟାଣାର ଫରିଦାବାଦରେ ବୋମା ତିଆରି ଏବଂ ଫାୟାରିଂ ନେଇ ଟ୍ରେନିଂ ଦିଆଯାଉଥିଲା ବୋଲି ଏନଆଇଏ ଚାର୍ଜସିଟରେ ଉଲ୍ଲେଖ କରିଛନ୍ତି।

{"id":92702,"width":571,"height":428}
{"id":92705}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.