କେନାଲରେ ବୁଡିଗଲେ ପୂର୍ବତନ ସମିତି ସଭ୍ୟ, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 09, 2021 IST

କଣ୍ଟାବାଞ୍ଜି, ୦୯/୧୦:  କେନାଲରେ ବୁଡି ଯୁବକଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ଗାଁରେ। ମୃତକ ହେଉଛନ୍ତି ଜୁରାବନ୍ଧ ଗାଁର ପୂର୍ବତନ ସମିତି ସଭ୍ୟ ନୀଳମଣି ବାଗ ।

ଗାଧୋଇବା ବେଳେ କେନାଲ ପାଣିରେ ବୁଡି ନୀଳମଣିଙ୍କ ମୃତ୍ୟୁ ଘଟିଛି । ସେ କେନାଲରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ପାଣିରେ ପଡିଯାଇଥିଲେ । ବୁଡି ଭାସି ଯାଉଥିବା ସମୟରେ ଗାଁ ଲୋକେ  ତାଙ୍କୁ  ଉଦ୍ଧାର କରିବାକୁ ଯାଇଥିଲେ । ପାଣିରୁ ତାଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛି । ନୀଳମଣିଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.