Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

୨ ବାଇକ୍ ମୁହାଁମୁହିଁ, ଜୀବନ ହାରିଲେ ସମିତି ସଭ୍ୟଙ୍କ ସହଯୋଗୀ

5/04/2021 at 8:38 AM

ଗୁଡଭେଲା,୦୫/୦୪: ବଲାଙ୍ଗୀର ଜିଲ୍ଲା ଗୁଡଭେଲା ମୁଖ୍ୟ ରାସ୍ତା ସ୍ଥିତ ଡୁଗୀବାହାଲ ପାଖରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି ।ଏଥିରେ  ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, ସୋମବାର ଗୁଡଭେଲା-ଡୁଗୀବାହାଲ ରାସ୍ତାରେ ପ୍ରାୟ ୧ଟା ସମୟରେ ଗୁଡଭେଲା ସମିତି ସଭ୍ୟ ଚିତ୍ରସେନ ଭୋଇ ଓ ତାଙ୍କ ସହଯୋଗୀ ବୁଲେଟରେ ତୁଷୁରା ଯାଉଥିଲେ । ଏହି ସମୟରେ  ରାସ୍ତାରେ ଅନ୍ୟ ଏକ ବାଇକ ସହ ସେମାନଙ୍କର ମୁହାଁ ମୁହିଁ  ଧକ୍କା ହୋଇଥିଲା।

ଫଳରେ ଚିତ୍ରସେନ ଓ ତାଙ୍କ ସହଯୋଗୀ  ଗୁରୁତର ହୋଇଥିଲେ। ଏହା ପରେ ଉଭୟଙ୍କୁ  ଅଗ୍ନିଶମ ବିଭାଗ ସାହାଯ୍ୟରେ ଗୁଡଭେଲା ଚିକିତ୍ସାଳୟକୁ ନିଆଯାଇଥିଲା  । ସେଠାରୁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଚିତ୍ରସେନଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ବାଇକ ଚାଳକଜଣଙ୍କ ଫେରାର ହୋଇଯାଇଛନ୍ତି । ତୁଷୁରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

   Related Posts