Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଧାନ ଖଳା ନିର୍ମାଣକୁ ନେଇ ସମିତି ସଭ୍ୟାଙ୍କୁ ଆକ୍ରମଣ କଲେ ସରପଞ୍ଚ ଓ ଯନ୍ତ୍ରୀ

29/12/2018 at 11:02 PM

ଜଗତସିଂହପୁର ୨୯/୧୨: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଚିକିଣିଆ ପଞ୍ଚାୟତରେ ଏକ ଧାନ ଖଳା ନିର୍ମାଣକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ବଚସା ହେବା ସହ ସରପଞ୍ଚ ଓ ଖଳା ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଆକ୍ରମଣରେ ସମିତିସଭ୍ୟା ପ୍ରମିଳା ଦେଇ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅଵସ୍ଥାରେ ସମିତିସଭ୍ୟା ପ୍ରମିଳା ଦେଇଙ୍କୁ ପ୍ରଥମେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରା ଯାଇଛି । ଏହି ବାବଦରେ ରଘୁନାଥପୁର ଥାନାରେ ଏତାଲା ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ବାବଦରେ ଅଭିଯୁକ୍ତ ସରପଞ୍ଚ ଓ ଯନ୍ତ୍ରୀଙ୍କ ର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଚିକିଣିଆ ପଂଚାୟତ କାର୍ଯ୍ୟାଳୟ ଆଗରେ ଏକ ଧାନ ଖଳା ନିର୍ମାଣକୁ ନେଇ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟାଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ସରପଞ୍ଚ ଆଜି ପୁନର୍ବାର ଖଳା ନିର୍ମାଣ କରିବାରୁ ସମିତିସଭ୍ୟା ଘଟଣା ସ୍ଥଳରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାସହ ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚ ଓ ଯନ୍ତ୍ରୀ ମିଶି ସମିତିସଭ୍ୟା ପ୍ରମିଳା ଦେଇଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ତଳେ ପଡିଯିବା ଫଳରେ ତାଙ୍କର ମୁଣ୍ଡ ମାଡ଼ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts