Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ସମିତ୍ ଠକରଙ୍କୁ ମିଳିଲା ଜାମିନ, twitterରେ ଉଦ୍ଧବ ଓ ତାଙ୍କ ପୁଅଙ୍କ ବିରୋଧରେ ଦେଇଥିଲେ ଅଶାଳୀନ ମନ୍ତବ୍ୟ

16/11/2020 at 10:09 PM

ମୁମ୍ବାଇ ୧୬।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ମନ୍ତ୍ରୀ ପୁଅ ଆଦିତ୍ୟ ଠାକରେଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଲାଗି ଗିରଫ ସମିତ ଠକରଙ୍କୁ ସୋମବାର ସ୍ଥାନୀୟ କୋର୍ଟ ଜାମିନ ଦେଇଛନ୍ତି। ଏହି ମାମଲାରେ ସମିତଙ୍କ ବିରୋଧରେ ୩ଟି ପୃଥକ ମୋକଦ୍ଦମା ରୁଜୁ ହୋଇଛି। ଗୋଟିକରେ ଏବେ ଜାମିନ ମିଳିଯାଇଥିବାରୁ ବାକି ମାମଲା ସଲଟାଇ ଦିଆଯାଇଥିବା ସମିତଙ୍କ ଓକିଲ କହିଛନ୍ତି।

ସମିତ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ମେଣ୍ଟ ସରକାର ମୁଖ୍ୟମନ୍ତ୍ରୀ  ଓ ତାଙ୍କ ପୁଅଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇଥିଲେ। ମାମଲାରେ ନାଗପୁର, ମୁମ୍ବାଇ ବିପି ରୋଡ ଓ ବିକେସି ପୋଲିସ ଥାନାରେ ୩ଟି ଅଲଗା ଅଲଗା ମାମଲା ରୁଜୁ ହୋଇଥିଲା। ବିକେସି ସାଇବର ସେଲ ମାମଲାର ତଦନ୍ତ କରି ସମିତ୍ ଠକରଙ୍କୁ ଗତ ଅକ୍ଟୋବର ମାସରେ ଗିରଫ କରିଥିଲା। ମୁମ୍ବାଇ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ସେ ବିକେସି ଥାନାରେ ବୟାନ ରେକର୍ଡ ଲାଗି ହାଜର ନ ହେବାରୁ ତାଙ୍କୁ ଗିରଫ କରାଯାଇଥିଲା।

ତେବେ ଅଭିଯୁକ୍ତ ସମ୍ବିଧାନର ଅନୁଚ୍ଛେଦ ୩୨ରେ ତାଙ୍କୁ ମିଳିଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କୁ ବମ୍ବେ ହାଇକୋର୍ଟରେ ଆବେଦନ କରିବା ଲାଗି ପରାମର୍ଶ ଦେଇଥିଲେ। ସେହି ଅନୁସାରେ ବାନ୍ଦ୍ରା ମାଜିଷ୍ଟ୍ରେଟ୍ କୋର୍ଟରେ ଜାମିନ ନିବେଦନ କରାଯାଇଥିବା ବେଳେ ୨୫ ହଜାର ଟଙ୍କାର ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ତାଙ୍କ ଓକିଲ ଆବାଦ ପଣ୍ଡା କହିଛନ୍ତି।

   Related Posts