Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ରାଜ୍ୟ ବିଜେପିର ସଭାପତି ଭାବେ ଦାୟୀତ୍ୱ ନେଲେ ସମୀର ମହାନ୍ତି

17/01/2020 at 11:15 AM

ଭୁବନେଶ୍ୱର ୧୭।୦୧- ରାଜ୍ୟ ବିଜେପିର ସଭାପତି ଭାବେ ସମୀର ମହାନ୍ତି ଶୁକ୍ରବାରରେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ବିଜେପିରେ ବିଧିବଦ୍ଧ ଭାବେ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି ।

ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ବହୁ ବରିଷ୍ଠ ନେତା ଏହି ଅବସରରେ ଉପସ୍ଥିତ ଥିଲେ ।

ବସନ୍ତ ପଣ୍ଡାଙ୍କ ପରେ ବିଜେପି ରାଜ୍ୟ ସଭାପତି କିଏ ହେବ ସେ ନେଇ ବିଭିନ୍ନ ଅଟକଳ ଚାଲିଥିଲା । ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କୁ ଗୁରୁବାରରେ ସର୍ବ ସମ୍ମତିକ୍ରମେ ପଦ୍ମ ଦଳର ପରବର୍ତ୍ତୀ ରାଜ୍ୟ ମଙ୍ଗୁଆଳ ନିଯୁକ୍ତ କରାଯାଇଥିଲା । ଏହି ପଦବୀ ପାଇଁ ସମୀରଙ୍କ ସମେତ ଯୁବ ନେତା ପୃଥ୍ୱୀରାଜ ହରିଚନ୍ଦନ, ଅଭିଜ୍ଞ କନକ ବର୍ଦ୍ଧନ ସିଂଦେଓ ଏବଂ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିଲା । କିନ୍ତୁ ଶେଷରେ ସହମତି ଭିତ୍ତିରେ ସମୀରଙ୍କୁ ହିଁ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିଲା ।

ଗୁରୁବାରରେ ରାଜ୍ୟ ସଭାପତି ନିର୍ବାଚନ ଏବଂ ୨୧ଟି ଲୋକସେଭା କ୍ଷେତ୍ରରୁ ୨୧ ରାଷ୍ଟ୍ରୀୟ ପରିଷଦ ସଭ୍ୟ ଚୟନ ପାଇଁ ଆଜି ସକାଳୁ ଚଳଚଞ୍ଚଳ ଥିଲା ବିଜେପି ରାଜ୍ୟ କାର୍ଯ୍ୟାଳୟ । ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦାୟୀ ରାଜ୍ୟ ସଭାପତି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଦଳର ଅନ୍ୟ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସୁଅ ଛୁଟିଥିଲା ରାଜ୍ୟ କାର୍ଯ୍ୟାଳୟକୁ । ଅପରାହ୍ନରେ ଆରମ୍ଭ ହୋଇଥିଲା ନିର୍ବାଚନୀ ପ୍ରକ୍ରିୟା । ସର୍ବସମ୍ମତିକ୍ରମେ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି ହିଁ ଭରିଥିଲେ ଏକମାତ୍ର ନାମାଙ୍କନ ପତ୍ର । ଏହାପରେ, ସେ ପରବର୍ତ୍ତୀ ସଭାପତି ଦାୟିତ୍ୱ ନେବା ଘୋଷଣା କେବଳ ମାତ୍ର ଔପଚାରିକତା ଥିଲା ।

୧୯୭୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର, ୧୯୮୪ର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ହୋଇଥିଲେ । କିନ୍ତୁ ୧୯୮୫ରେ ସରକାରୀ ଚାକିରିରେ ଯୋଗଦାନ କରି ବିଡିଏର ଉପ-ସୂଚନା ଅଧିକାରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ ।

ମାତ୍ର ୧୯୯୫ରେ ଚାକିରି ଛାଡି, ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଲେ ସମୀର । ୨୦୦୦ରେ ରାଜ୍ୟ ବିଜେପିର ସଂପାଦକ ହେଲେ ।

୨୦୦୯ରେ ଏକାମ୍ର ଭୁବନେଶ୍ୱର ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ଏବେ ବିଜେପିର ସଂଗଠନକୁ ସୁଦୃଢ କରିବା ସହ ଶାସକ ବିଜେଡିର ବିଜୟଧାରାକୁ ଆଗାମୀ ପୌର ନିର୍ବାଚନ ଏବଂ ପଞ୍ଚାୟତ ପରୀକ୍ଷାରେ ପ୍ରତିହତ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

୨୦୧୯ରେ ବହୁ ଚର୍ଚ୍ଚିତ ମିଶନ ୧୨୦ ବିଫଳ ହୋଇଥିଲେ ମଧ୍ୟ, ବିଜେପି ୨୧ଟିରୁ ୮ଟି ଲୋକସଭା ଆସନ ଏବଂ ବିଧାନସଭାରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି । ଆଉ ଏବେ ନୂଆ ଦଳପତିଙ୍କ ନେତୃତ୍ୱରେ ବିଜେପି ତୃଣମୂଳସ୍ତରରୁ କିଭଳି ସଙ୍ଗଠନ ସଜାଡୁଛି ଏବଂ କେତେ ନିର୍ବାଚନୀ ସଫଳତା ପାଉଛି ତାହା ଉପରେ ରହିବ ନଜର ।

   Related Posts