Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବାପା-ମା’ ଛେଉଣ୍ଡ ଝିଅ ମୁହଁରେ ହସ ଫୁଟାଇବ ଦିବ୍ୟାଙ୍ଗ ସଂଘ, ପାଠ ପଢା ସହ ନେଲା ବିବାହ ଦାୟିତ୍ବ

10/10/2020 at 12:29 PM

ବରଗଡ ୧୦।୧୦: ଆଖିରେ ଥିଲା ଆଖିଏ ସ୍ବପ୍ନ । ପାଠ ପଢିବି, ଆଉ ପାଠ ପଢି ଭଲ ମଣିଷ ହେବି । ହେଲେ ପାଠ ପଢାରେ ବନ୍ଧା ପଡିଥିଲା ଡୋରି । କାରଣ ଅର୍ଥ ସାଜିଥିଲା ବାଧକ । ତାର ଏ ଆର୍ଥିକ ଅବସ୍ଥା ଓ ପାଠ ପଢାର ଆଗ୍ରହ ଦେଖି ସହାୟତାର ହାତ ବଢ଼ାଇଥିଲା ସମୀର ଦିବ୍ୟାଙ୍ଗ ସଂଘ ଆଉ ପାଠ ପଢା ସହ ନେଇଛି ବିବାହର ସମ୍ପୂର୍ଣ୍ଣ ଦାୟିତ୍ବ । ଏଭଳି ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆପାଲି ଗ୍ରାମର କୁନି ଝିଅ ଶିଖା ମାଝୀଙ୍କ କ୍ଷେତ୍ରରେ ।

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆପାଲିର ଏକ ଝାଟି ମାଟିର ଖପର ଘରେ ରୁହନ୍ତି ଶିଖା ମାଝୀ । ୯ ବର୍ଷ ତଳୁ ଶିଖାଙ୍କ ବାପା-ମା’ଙ୍କ ଦେହାନ୍ତ ହୋଇଯାଇଛି । ବାପା-ମା’ଙ୍କ ଦେହାନ୍ତ ହୋଇଯିବା ପରେ ଶିଖାଙ୍କୁ ପର ଘରେ ମୂଲ ଲାଗି ବହୁ ଦୁଃଖ କଷ୍ଟରେ ପାଳନ ପୋଷଣ କରୁଛନ୍ତି ପିଉସା ଗହକି ରାଉତ ଓ ପିଉସୀ ନାନୀ ପୂର୍ଣ୍ଣମୀ ରାଉତ । ହେଲେ ପାଠ ପଢାରେ ବେଶ ଆଗ୍ରହ ରଖୁ ଥିବା ଶିଖା ନିଜ ପାଠ ପଢା ଖର୍ଚ୍ଚ ତୁଲାଇବା ନିମନ୍ତେ ବେଳେ ବେଳେ ପିଉସା ଓ ପିଉସୀ ନାନୀଙ୍କୁ କାମ ଧନ୍ଦାରେ ସାହାଯ୍ୟ ମଧ୍ୟ କରିଥାନ୍ତି ।

ଚଳିତ ବର୍ଷ ନିଜ ଗାଁ ସ୍କୁଲରୁ ପରୀକ୍ଷା ଦେଇ ମାଟ୍ରିକ ପାସ କରିଛନ୍ତି ଶିଖା । ଆଗକୁ କଲେଜ ପଢ଼ିବାର ଇଚ୍ଛା ଥିଲେ ହେଁ ଆର୍ଥିକ ଅନଟନ ଯୋଗୁଁ ଆଉ ନ ପଢିବାକୁ ମନ ବଳାଇଥିଲେ ଶିଖା । ଏହି ସମୟରେ ପାଠ ପଢା ପ୍ରତି ଶିଖାଙ୍କ ଆଗ୍ରହ ସମ୍ପର୍କରେ ଖବର ପାଇ ତାଙ୍କ ପାଖରେ ପହଞ୍ଚିଥିଲେ ସମୀର ଦିବ୍ୟାଙ୍ଗ ସଂଘର କାର୍ଯ୍ୟକର୍ତ୍ତା ।

ଗନିଆପାଲି ଗ୍ରାମରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶିଖା ମାଝୀଙ୍କ ଉଚ୍ଚ ଶିକ୍ଷାର ସମସ୍ତ ଦାୟିତ୍ବ ବହନ କରିବା ସହ ତାଙ୍କର ବିବାହ ଖର୍ଚ୍ଚ ମଧ୍ୟ ବହନ କରିବ ବୋଲି କହିଛନ୍ତି ସଂଘଠନର ସଭାପତି କୀର୍ତ୍ତନ ଦାଶ ।

ଶିଖା ମାଝୀ ପରି ବାପା-ମା’ ଛେଉଣ୍ଡ ଝିଅ ପ୍ରତି ସମୀର ଦିବ୍ୟାଙ୍ଗ ସଂଘ ଦେଖାଇଥିବା ବଦାନ୍ୟତାକୁ ବିଭିନ୍ନ ମହଲରେ ବେଶ ପ୍ରସଂଶା କରାଯାଇଛି । ଆଉ ସମୀର ଦିବ୍ୟାଙ୍ଗ ସଂଘ ଶିଖା ମାଝୀ ମୁହଁରେ ପୁଣି ଥରେ ହସ ଫୁଟାଇବା ସହ ନିଜର ସୁନେଲି ଭବିଷ୍ୟତ ଗଢିବା ଲାଗି ଆଣି ଦେଇଛି ଏକ ଆଶାର କିରଣ ।

ନିଜ ଭାଗ୍ୟକୁ ଆଦରି ଘରେ ନୀରବ ରହୁଥିବା ଶିଖା, ରାତି ଦିନ ଆଖିରୁ ଲୁହ ଗଡାଉଥିବା ଶିଖାର ଭାଗ୍ୟ ବଦଳିଛି । ପୁଣି ସ୍ବପ୍ନକୁ ଶିଖରକୁ ପହଞ୍ଚିବା ପାଇଁ ଏବେ ସମୀର ଦିବ୍ୟାଙ୍ଗ ସଙ୍ଘ ତା ମୁହଁରେ ହସ ଓ ଆଲୋକର ଆଶା ଫିଟାଇଛି ।

   Related Posts