ବାକି ଥିବା ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | April 29, 2020 IST

ଭୁବନେଶ୍ବର୨୯/୪: ବାକି ଥିବା ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଗଣଶିକ୍ଷା ବିଭାଗ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଲକ୍ ଡାଉନ୍ ସରିବା ପରେ ସରକାର ସଙ୍କେତ ଦେଲେ ପରୀକ୍ଷା ହେବ। ପରୀକ୍ଷା ବନ୍ଦ ହେବାର ବର୍ତ୍ତମାନ କୈାଣସି ସମ୍ଭାବନା ନାହିଁ।ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୭ ଦିନ ଆଗରୁ ପରୀକ୍ଷା ନେଇ ସୂଚନା ଦିଆଯିବ।ଗତକାଲି କେନ୍ଦ୍ରମନ୍ତ୍ରୀ ମଧ୍ୟ ଲକ୍ ଡାଉନ୍ ପରେ ସିବିଏସଇର ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ଦ୍ବନ୍ଦରେ ରହିବା ଦରକାର ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.