ସ୍କୁଲ ଖୋଲିବ କେବେ ? ବିଚାର ଆଲୋଚନା ଚାଲିଛି, ତାରିଖ ଠିକ୍‌ ହୋଇନି

Published By : Prameya-News7 Bureau | January 02, 2021 IST

ଭୁବନେଶ୍ୱର ୦୨।୦୧:  ରାଜ୍ୟରେ ସ୍କୁଲ,କଲେଜ କେବେ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି । ଏହାମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ସ୍କୁଲ ଓ କଲେଜ ଖୋଲି ନେଇ ବିଚାରବିମର୍ଶ ଜାରି ରହିଛି । ତେବେ ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ କରୋନା ଭୂତାଣୁ ଯୋଗୁଁ ଆଶଙ୍କା ବଢିଥିବା ବେଳେ ତାହା ଉପରେ ମଧ୍ୟ ନଜର ରଖାଯାଇଛି ଏବଂ ସମସ୍ତ ବିଷୟକୁ ତର୍ଜମା କରି ସ୍ଥିତି ଅନୁସାରେ  ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ସମୀର ଦାସ ଆହୁରି କହିଛନ୍ତି ,  ଆମ ପାଇଁ ଆମ ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ । ସେହିପରି ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ନେଇ ମଧ୍ୟ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଗତ ମାର୍ଚ୍ଚ ଶେଷ ଠାରୁ ସ୍କୁଲ ଓ କଲେଜ ଆଦି ଶିକ୍ଷାନୁଷ୍ଠାନ କୋଭିଡ଼ ଜନିତ ଅସାଧାରଣ ପରିସ୍ଥିତି ବନ୍ଦ ରହିଛି । ଅନ୍‌ଲାଇନ୍‌ ପାଠପଢା ଜାରି ରହିଥିବା ବେଳେ ଅଫଲାଇନ୍‌ ପାଠପଢା କେବେ ହେବ ତାହା ସ୍ଥିର ହୋଇନାହିଁ । କିଛି ରାଜ୍ୟରେ ସ୍କୁଲ ଖୋଲିବା ତାରିଖ ଘୋଷଣା ହୋଇଥିବା ବେଳେ ଓଡିଶାରେ କେବେ ସ୍କୁଲ ଖୋଲିବ ତାହା ନିଷ୍ପତ୍ତି ହୋଇନାହଁ । ସିବିଏସ୍‌ଇର ଦଶମ-ଦ୍ୱାଦଶ ପରୀକ୍ଷା ଆସନ୍ତା ମେ ମାସରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଘୋଷଣା କରିବା ପରେ ରାଜ୍ୟରେ ସ୍କୁଲ  ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଜାନୁଆରୀ ଗାଇଡ଼ଲାଇନ୍‌ରେ ସିନେମା ହଲ୍‌ ଓ ଯାତ୍ରାକୁ କିଛି ସର୍ତ୍ତରେ ଖୋଲିବାକୁ ଅନୁମତି ମିଳିଥିବା ବେଳେ ପ୍ରମୁଖ ଦେବାଳୟ ଗୁଡିକ ଖୋଲିଛି ଓ ୩ତାରିଖରୁ ଖୋଲୁଛି । ଏହିପରିପେକ୍ଷୀରେ ସ୍କୁଲ , କଲେଜ ଓ କୋଚିଂ ସେଣ୍ଟର ଆଦି କେବେ ଖୋଲିବ,  ସେନେଇ ବିଚାରବିମର୍ଶ ଆରମ୍ଭ ହୋଇଛି । ତେବେ ଏନେଇ ଆଲୋଚନା ବେଳେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି , ଯେ ହେତୁ କେନ୍ଦ୍ର ସରକାର ସିବିଏସ୍‌ଇ ପରୀକ୍ଷା ନେଇ ଘୋଷଣା କରିସାରିଛନ୍ତି । ତେଣୁ ବୋର୍ଡ ପରୀକ୍ଷା ତଥା ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଖୁବ ଶୀଘ୍ର ନିଷ୍ପତି ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.