ନବାବ ମଲିକଙ୍କ ଆରୋପ ପରେ ସମୀର ୱାନଖେଡେଙ୍କ ସମର୍ଥନରେ ଟ୍ୱିଟର ୟୁଜର୍ସ: ଟ୍ରେଣ୍ଡ ହେଉଛି #SameerWankhede 'ଆମେ ଆପଣଙ୍କ ପାଇଁ ଗର୍ବିତ'

Published By : Prameya-News7 Bureau | October 22, 2021 IST

ମୁମ୍ବାଇ ୨୨/୧୦ : ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ଡ଼ାଇରେକ୍ଟର ସମୀର ୱାନଖେଡେ ଚର୍ଚ୍ଚାରେ ଅଛନ୍ତି। ଇତି ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ତାଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ସେ ମାଳଦ୍ଵୀପ ଯାଇ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଅସୁଲି କରୁଛନ୍ତି। ସମୀର ୱାନଖେଡେ ନବାବ ମଲିକଙ୍କ ସବୁ ଆରୋପକୁ ଭୁଲ ବୋଲି କହି ବୟାନ ଦେଇଛନ୍ତି। ସମୀରଙ୍କ ବୟାନ ପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ସମର୍ଥନ କରିଛନ୍ତି।

ଶୁକ୍ରବାର ଦିନ ଟ୍ୱିଟରରେ #SameerWankhede ଟ୍ରେଣ୍ଡ ହେଉଛି। ଏହି ହ୍ୟାସଟ୍ୟାଗରେ କିଛି ଘଣ୍ଟାରେ ହଜାର ହଜାର ଟ୍ୱିଟ ହୋଇସାରିଛି। କିଛି ୟୁଜର୍ସ ସମୀର ୱାନଖେଡେଙ୍କୁ ବଲିଉଡ ସେଲିବ୍ରିଟିଙ୍କ ସତ ସାମ୍ନାକୁ ଆଣୁଥିବା ହିରୋ ବୋଲି କହିଛନ୍ତି। କିଛି ଲୋକେ ତାଙ୍କ ପାଇଁ ସୁରକ୍ଷା ଦାବି କରିଛନ୍ତି। ଜଣେ ୟୁଜର ଭାରତ ସରକାରଙ୍କୁ ଅପିଲ କରି କହିଛନ୍ତି ଯେ, 'ଭାରତ ସରକାର ସମୀର ୱାନଖେଡେଙ୍କୁ ଜେଡ-ପ୍ଲସ ସିକ୍ୟୁରିଟି ଦେବା ଉଚିତ। ନବାବି ମଲିକ ଲଗାତାର ତାଙ୍କୁ ଧମକ ଦେଉଛନ୍ତି। ତାଙ୍କ ସୁରକ୍ଷା କେଉଁଠି ? ପବ୍ଲିକ ତାଙ୍କ ପାଇଁ ସୁରକ୍ଷା ଦାବି କରୁଛି।'

wp:embed {"url":"https://twitter.com/PrashantRathood/status/1451447654198636544?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1451447654198636544%7Ctwgr%5E%7Ctwcon%5Es1_\u0026ref_url=about%3Asrcdoc","type":"rich","providerNameSlug":"twitter","responsive":true}
https://twitter.com/PrashantRathood/status/1451447654198636544?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1451447654198636544%7Ctwgr%5E%7Ctwcon%5Es1_&ref_url=about%3Asrcdoc
/wp:embed

ଆଉ ଜଣେ ୟୁଜର ଲେଖିଛନ୍ତି,'ସାରା ଦେଶକୁ ଏନସିବି ଉପରେ ଗର୍ବ ଅଛି। ଧନ୍ୟବାଦ ସମୀର ୱାନଖେଡେ।' ଆଉ ଜଣେ ୟୁଜର ଲେଖିଛନ୍ତି ସମୀର ୱାନଖେଡେ ଏମିତି ଜଣେ ଅଫିସର ଯିଏ ନିଜ କାମ ପାଇଁ ସାରା ବିଶ୍ୱରେ ପରିଚିତ। ଏନସିବି ଓ ପିଏମଓ ଇଣ୍ଡିଆ ସମୀର ୱାନଖେଡେଙ୍କୁ ସୁରକ୍ଷିତ ରଖନ୍ତୁ।

wp:embed {"url":"https://twitter.com/Kuldeep_Patel12/status/1451213404081819653?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1451213404081819653%7Ctwgr%5E%7Ctwcon%5Es1_\u0026ref_url=about%3Asrcdoc","type":"rich","providerNameSlug":"twitter","responsive":true}
https://twitter.com/Kuldeep_Patel12/status/1451213404081819653?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1451213404081819653%7Ctwgr%5E%7Ctwcon%5Es1_&ref_url=about%3Asrcdoc
/wp:embed

କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ନିକଟରେ ସମୀରଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ କରୋନା ମହାମାରୀ ସମୟରେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଅସୁଲ କରିବାକୁ ମାଳଦ୍ଵୀପ ଯାଇଥିଲେ। ଏଥିରେ ସମୀର କହିଥିଲେ ଯେ ସେ ଗତ ବର୍ଷ ସରକାରଙ୍କ ଠାରୁ ଛୁଟି ନେଇ ପରିବାର ସହ ମାଳଦ୍ଵୀପ ଯାଇଥିଲେ। ସେ କହିଥିଲେ, 'ମୁଁ ଜଣେ ସାଧାରଣ ସରକାରୀ କର୍ମଚାରୀ। ଯଦି ମୁଁ ଡ୍ରଗ୍ସ ପେଡଲର, ସେବନକାରୀ ଓ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ନବାବ ମଲିକ ଆହତ ହୋଇଛନ୍ତି ଓ ମୋତେ ଜେଲ ପଠାଇବାକୁ ଚାହୁଁଛନ୍ତି ତାହେଲେ ମୁଁ ତାଙ୍କୁ ଶୁଭକାମନା ଦେଉଛି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.