ସମୀରଙ୍କ ନୂଆ ଟିମ୍: କିଏ ବାଦ ପଡିଲେ, କିଏ ରହିଲେ

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର ୧୨/୦୬: ଓଡ଼ିଶାରେ ଦଳର ସଂଗଠନକୁ ଆହୁରି ମଜବୁତ୍‌ କରିବାକୁ ରାଜ୍ୟ ବିଜେପି ସଭାପତି ଗଢ଼ିଛନ୍ତି ନୂଆ ଟିମ୍‌ । ଏହି ଟିମ୍‌ରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ ଏବଂ ୯ ଜଣ ସମ୍ପାଦକ ରହିଛନ୍ତି । ୬ଟି ଯାକ ମୋର୍ଚ୍ଚାର ମୁଖିଆ ବି ବଦଳିଛନ୍ତି ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା କରିଛନ୍ତି । ସମୀରଙ୍କ ଏହି ଟିମ୍‌ରେ ସାଂସଦ ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ସାଂସଦ ବଳଭଦ୍ର ମାଝି, ବିଧାୟକ ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ସୁକେଶୀ ଓରାମ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକଙ୍କୁ ଉପସଭାପତି ପଦବୀ ମିଳିଛି ।

ଏହି ନବଗଠିତ ଟିମ୍‌ରେ ମାନସ କୁମାର ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଛି । ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବେ ।
କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ ଓ ଶର୍ମିଷ୍ଠା ମେହେରଙ୍କ ସମ୍ପାଦକ ଭାବେ ନିଜ ଟିମ୍‌ରେ ରଖିଛନ୍ତି ସମୀର । ସୁଦର୍ଶନ ଗୋୟଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଭାବେ ଇରାଶିଷ ଆଚାର୍ଯ୍ୟ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚ୍ଚା ସଭାପତି ଓ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଏସ୍‌ଟି ମୋର୍ଚ୍ଚା ସଭାପତି ଦାୟିତ୍ୱ ମିଳିଛି । ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କୁ ଏସ୍‌ସି ମୋର୍ଚ୍ଚା ସଭାପତି ଏବଂ ସିକନ୍ଦର ଅଲ୍ଲୀଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ନିଯୁକ୍ତ କରାଯାଇଛି ।

ଦେବେନ୍ଦ୍ର ନନ୍ଦଙ୍କୁ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ନିଯୁକ୍ତ କରାଯାଇଛି । ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ଅଶ୍ୱିନୀ ବୈଷ୍ଣବ, ବସନ୍ତ ପଣ୍ଡା, ଖାରବେଳ ସ୍ୱାଇଁ, ସମୀର ଦେ, ସୁରମା ପାଢ଼ୀ, ମୋହନ ଚରଣ ମାଝୀ, ଜୟନାରାୟଣ ମିଶ୍ର, ରୁଦ୍ରନାରାୟଣ ପାଣି ପ୍ରମୁଖ ରହିଛନ୍ତି । ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ମୋଟ ୧୬୧ଜଣ ନେତା ରହିଛନ୍ତି ।

୧୦ ଜଣିଆ ରାଜ୍ୟ ମୁଖପାତ୍ର ଟିମ୍‌ରେ ରହିଛନ୍ତି ସୁଦୀପ୍ତ ରାୟ, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ ଦାସ, ଉମାକାନ୍ତ ପଟ୍ଟନାୟକ ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୭୫ଜଣଙ୍କୁ ରଖାଯାଇଛି । ତେବେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତାଲିକାରେ ୩୦ଜଣଙ୍କୁ ସାମିଲ କରାଯାଇଛି । ଏଥି ମଧ୍ୟରେ ପ୍ରକାଶ ମିଶ୍ର, ସଜ୍ଜନ ଶର୍ମା, ମିହିର ଦାସ, ମହେଶ୍ୱର ରାୟ, ଅନୁ ଚୌଧୁରୀ, ପଞ୍ଚାନନ ନାୟକ, ଶ୍ରୀତମ ଦାସ, ମନ୍ମଥ ମିଶ୍ର, ହରିହର ମହାପାତ୍ର ପ୍ରମୁଖ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.