ବଲିଉଡ ଛାଡ଼ି ଦେଇଥିବା ଏହି ଅଭିନେତ୍ରୀ ସେୟାର କଲେ ତାଙ୍କର ପୁରୁଣା ଫଟୋ : ଚିହ୍ନନ୍ତୁ କିଏ?

Published By : Prameya-News7 Bureau | November 02, 2019 IST

ମୁମ୍ବାଇ ୨/୧୧: ସୋଶିଆଲ ମିଡିଆରେ ଷ୍ଟାରମାନେ ସବୁବେଳେ ନିଜର ପୁରୁଣା ଫଟୋ ସେୟାର କରୁଥାଆନ୍ତି। ଅନେକ ଥର ଫ୍ୟାନମାନେ ମଧ୍ୟ ନିଜ ପ୍ରିୟ ସେଲିବ୍ରିଟିଙ୍କୁ ଚିହ୍ନି ପାରନ୍ତି ନାହିଁ। ଏବେ ଏପରି ଏକ ଫଟୋ ସାମନାକୁ ଆସିଛି ଯାହାକୁ ଜଣେ ଅଭିନେତ୍ରୀ ସେୟାର କରିଛନ୍ତି।

{"id":178125}

ସମୀରା ​‌ରେଡ୍ଡୀ ନିଜ କିଶୋରାବସ୍ଥାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସମୀରା ଓଭର ସାଇଜ ନଜର ଆସୁଛନ୍ତି। ସେ ଚେକ୍ ଶାର୍ଟ ପିନ୍ଧିଛନ୍ତି।

{"id":178126}

ଏହା ପୂର୍ବରୁ ମଧ୍ୟ ସମୀରା ଅନେକ ଥର ଓଜନ ଏବଂ ରଙ୍ଗକୁ ନେଇ ଅନେକ କଥା ସେୟାର କରନ୍ତି।

{"id":178133}

ବଲିଉଡକୁ ବାଏ ବାଏ କହି ଦେଇଥିବା ସମୀରା ରେଡ୍ଡୀ ଜୁଲାଇ ୧୨ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଦୂରରେ ଥାଇ ମଧ୍ୟ ସମୀରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ସୋଶିଆଲ ମିଡିଆ ଜରିଆରେ ନିଜ ଫ୍ୟାନଙ୍କ ସଂସ୍ପର୍ଶରେ ଅଛନ୍ତି।

{"id":178128}

ସମୀରା ୨୦୧୪ମସିହାରେ ଉଦ୍ୟୋଗପତି ଅକ୍ଷୟ ବର୍ଦେଙ୍କୁ ବିବାହ କରିଥିଲେ। ଅକ୍ଷୟ ବରଦେଞ୍ଚି ମୋଟର ସାଇକେଲର କୋ ଓନର। ଏହି କମ୍ପାନୀ ମୋଟରସାଇକେଲକୁ କଷ୍ଟମାଇଜ କରନ୍ତି। ସମୀରା ଏବଂ ଅକ୍ଷୟଙ୍କ ସାକ୍ଷାତ ଏକ ବିଜ୍ଞାପନ ସୁଟିଂ ସମୟରେ ହୋଇଥିଲା। ଯେତେବେଳେ ଅକ୍ଷୟ ସମୀରାଙ୍କୁ ବାଇକ୍ ଚଲାଉଥିବାର ଦେଖିଥିଲେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଦୁହେଁ ପରସ୍ପରକୁ ୨ବର୍ଷ ଯାଏଁ ଡେଟ୍ କରିଥିଲେ। ଏହା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ମରାଠୀ ପରମ୍ପରା ଅନୁସାରେ ହୋଇଥିଲା।

{"id":178129}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.