ବଲିଉଡରେ କରୋନାର କଳା ଛାଇ: ଅର୍ଜୁନ ରାମପାଲଙ୍କ ପରେ ସମୀରା ରେଡ୍ଡୀ ପଜିଟିଭ୍, ଲେଖିଲେ ଇମୋସନାଲ୍ ପୋଷ୍ଟ

Published By : Prameya-News7 Bureau | April 18, 2021 IST

ମୁମ୍ବାଇ ୧୮/୦୪ : ଅଭିନେତ୍ରୀ ସମୀରା ରେଡ୍ଡୀ କରୋନା ସ୍ଥିତି ଦେଖି ୨୦୨୦ ରେ ମୁମ୍ବାଇରୁ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। ସମୀରା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଜର ଫିଟନେସ ରିଲ୍ସକୁ ନେଇ ବହୁତ ଲୋକପ୍ରିୟ। ୟୁଜର୍ସ ଫିଟ୍ ରହିବାକୁ ତାଙ୍କ ଟିପ୍ସ ଫଲୋ କରନ୍ତି। ସେ ସୋସିଆଲ ମିଡ଼ିଆରେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହାକୁ ପଢି ସମସ୍ତେ ଚକିତ। ପୋଷ୍ଟରେ ସେ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି।

{"id":440327,"sizeSlug":"large","linkDestination":"none"}

ବାହାଘର ପରେ ସମୀରା ବଲିଉଡରୁ ବ୍ରେକ୍ ନେଇଥିଲେ। କାରଣ ସେ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଥିଲେ। କରୋନା ଭୟରେ ଗତବର୍ଷ ସେ ମୁମ୍ବାଇରୁ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। କିନ୍ତୁ ତଥାପି ସେ ନିଜକୁ କରୋନାରୁ ରକ୍ଷା କରିପାରିନାହାନ୍ତି।

{"id":440326,"sizeSlug":"large","linkDestination":"none"}

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି ଯେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ଓ ସେ ନିଜକୁ ଘରେ କ୍ଵାରେଣ୍ଟାଇନ୍ କରିଛନ୍ତି। ୨୦୨୦ ଜୁଲାଇ ସମୀରା ନିଜ ସ୍ୱାମୀ, ନିଜର ଦୁଇ ଛୁଆ ଓ ଶାଶୁଙ୍କ ସହ ଗୋଆ ଚାଲି ଯାଇଥିଲେ। ତେବେ ସେ କୋଭିଡ୍ ଗାଇଡଲାଇନ୍ କରୁଛନ୍ତି।

{"id":440325,"sizeSlug":"large","linkDestination":"none"}

ଏହା ପୂର୍ବରୁ ଅଭିନେତା ଅର୍ଜୁନ ରାମପାଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ ଗତ ୧୦ ଦିନରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ସତର୍କ ରୁହନ୍ତୁ ଏବଂ ନିଜର କରୋନା ଯାଞ୍ଚ କରାଇ ଦିଅନ୍ତୁ। ପୋଷ୍ଟରେ ସେ ଲେଖିଥିଲେ ଯେ ସେ ଅସିମ୍ପଟମେଟିକ୍ କିନ୍ତୁ ତଥାପି ନିଜକୁ ଆଇସୋଲେଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.