ସ୍ୱାମୀ ସମୀର ୱାଙ୍ଖଡେଙ୍କ ସମର୍ଥନରେ କ୍ରାନ୍ତି ରେଡକରଙ୍କ ଟ୍ୱିଟ୍, କହିଲେ-ଜନ୍ମରୁ ହିନ୍ଦୁ, କେବେ ଧର୍ମ ପରିବର୍ତ୍ତନ କରିନାହୁଁ…

Published By : Prameya-News7 Bureau | October 26, 2021 IST

ମୁମ୍ବାଇ ୨୬/୧୦: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯିବା ପରେ ଅନେକ ନୂଆ ମାମଲା ସାମ୍ନାକୁ ଆସୁଛି। ଗୋଟିଏ ପଟେ ଏନସିବି ଏବଂ ଏଜେନ୍ସିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି, ଅନ୍ୟ ପଟେ ସମୀରଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ରାନ୍ତି ରେଡକର ୱାଙ୍ଖଡେ ଏହି ମାମଲାରେ ଏଣ୍ଟ୍ରି କରିଛନ୍ତି। କ୍ରାନ୍ତି ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ସମୀରଙ୍କ ସହ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି।

wp:html /wp:html

ସମୀରଙ୍କ ପତ୍ନୀ କ୍ରାନ୍ତି ରେଡକର ୱାଙ୍ଖଡେ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଏବଂ ମୋର ସ୍ୱାମୀ ସମୀର, ଉଭୟ ଜନ୍ମରୁ ହିନ୍ଦୁ। ଆମେ କଦାପି ଧର୍ମ ପରିବର୍ତ୍ତନ କରିନାହୁଁ। ଆମେ ସମସ୍ତ ଧର୍ମକୁ ସମ୍ମାନ କରୁ। ସମୀରଙ୍କ ବାପା ମଧ୍ୟ ହିନ୍ଦୁ ଏବଂ ସେ ମୋର ମୁସଲମାନ ଶାଶୁଙ୍କୁ ବିବାହ କରିଥିଲେ, ଯିଏକି ଏହି ଦୁନିଆରେ ଆଉ ନାହାଁନ୍ତି। ସମୀରଙ୍କ ପୂର୍ବ ବିବାହ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କରାଯାଇଥିଲା ଏବଂ ୨୦୧୬ ମସିହାରେ ଛାଡପତ୍ର ହୋଇଥିଲା। ଆମର ବିବାହ ୨୦୧୭ ମସିହାରେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପଞ୍ଜିକୃତ ହୋଇଛି।’

wp:html /wp:html

ସୂଚନାନୁସାରେ, ସୋମବାର ଦିନ ଏନସିପି ମୁଖପାତ୍ର ନବାବ ମଲିକ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟରେ ସେ ଏକ ଜନ୍ମ ପ୍ରମାଣପତ୍ର ସେୟାର କରିଛନ୍ତି ଏବଂ ଏହା ସମୀର ୱାଙ୍ଖଡେଙ୍କର ବୋଲି କହିଛନ୍ତି। ଫଟୋରେ ତାଙ୍କ ବାପାଙ୍କ ନାମ 'ଦାଉଦ କେ ୱାଙ୍ଖଡେ' ଲେଖାଯାଇଛି। ତାଙ୍କ ଟ୍ୱିଟ୍ ସହିତ ନବାବ କ୍ୟାପସନରେ ଲେଖିଛନ୍ତି- ‘ସମୀର ଦାଉଦ ୱାଙ୍ଖଡେଙ୍କ ଏଠାରୁ ଆରମ୍ଭ ହୋଇଥିଲା ଜାଲିଆତି।’ ଏହା ସହିତ ନବାବ ସମୀରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ସେ ପରୀକ୍ଷା ଏବଂ ଚାକିରିରେ ସଂରକ୍ଷଣ ପାଇବା ପାଇଁ ଜଣେ ମୁସଲମାନ ବ୍ୟକ୍ତି ବୋଲି ପରିଚୟ ଦେଇଥିଲେ। ବର୍ତ୍ତମାନ ଏହାର ଉଚିତ୍ ଜବାବ ଦେଇ କ୍ରାନ୍ତି ସମୀରଙ୍କ ସମର୍ଥନରେ ଏହି ଟ୍ୱିଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.