Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ୱାନଖେଡେ Vs ମଲିକ: ପୁଣି ଆରୋପ ଲଗାଇଲେ ମନ୍ତ୍ରୀ, ‘ଏକ ଲକ୍ଷ ଟଙ୍କାର ପ୍ୟାଣ୍ଟ ପିନ୍ଧୁଛନ୍ତି ଅଧିକାରୀ, କେଉଁଠୁ ଆସୁଛି ଏତେ ଟଙ୍କା ?’

2/11/2021 at 5:20 PM

ମୁମ୍ବାଇ ୦୨/୧୧ : ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କର ଏନସିବି ଜୋନାଲ ଡାଇରେକ୍ଟରଙ୍କୁ ହମଲା ଜାରି ରହିଛି। ମଙ୍ଗଳବାର ଦିନ ମଲିକ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ ସମୀର ୱାନଖେଡେ ଏକ ଲକ୍ଷର ପ୍ୟାଣ୍ଟ, ୭୦ ହଜାରରୁ ଅଧିକ ମୂଲ୍ୟର ସାର୍ଟ ଓ ୨୫-୫୦ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି। ସେ କହିଛନ୍ତି, ‘ଜଣେ ସଚ୍ଚୋଟ ଅଧିକାରୀ ଏତେ ମହଙ୍ଗା ପୋଷାକ କେମିତି କିଣି ପାରୁଛନ୍ତି ? ସେ ଅନ୍ୟମାନଙ୍କୁ ଅଲଗା ତରିକାରେ ଫସାଇ କୋଟି କୋଟି ଟଙ୍କା ଅସୁଲ କରିଛନ୍ତି।’

ମଲିକ କହିଛନ୍ତି ସମୀରଙ୍କ ପାଖରେ କାମ କରିବାକୁ ଏକ ବ୍ୟକ୍ତିଗତ ସେନା ଅଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଗତ ୧୫ ଦିନରେ ନବୀ ମୁମ୍ବାଇର ରାଇଗଡ଼ ଜିଲ୍ଲାରେ ଜବାହାରଲାଲ ନେହରୁ ବନ୍ଦର (ଜେଏନପିଟି)ରେ ଡ୍ରଗ୍ସର ୩ଟି କଣ୍ଟେନର ପଡିଛି। ରାଜସ୍ବ ଗୁଇନ୍ଦା ବିଭାଗ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଇତି ମଧ୍ୟରେ ଏକ ସୂତ୍ରରୁ ସମୀର ୱାନଖେଡେଙ୍କ ସମ୍ପତ୍ତି ବିଷୟରେ ଜଣାପଡିଛି। ସୂତ୍ର ଅନୁଯାୟୀ, ସମୀର ୱାନଖେଡେ ନିୟମାନୁଯାୟୀ ପ୍ରତି ବର୍ଷ ନିଜ ବିଭାଗକୁ ନିଜ ସମ୍ପତ୍ତି ସହ ଜଡିତ ସୂଚନା ଦେଇଥାନ୍ତି। ଏହି ସୂଚନା ଅନୁଯାୟୀ ତାଙ୍କ ପାଖରେ ୪ ଏକର ଜମି ଅଛି ଯାହା ମହାରାଷ୍ଟ୍ର ଭାସିମ ଜିଲ୍ଲାରେ ଅଛି। ଏହା ତାଙ୍କର ପାରିବାରିକ ଜମି ଯେଉଁଥିରେ ତାଙ୍କର ମଧ୍ୟ ଭାଗ ଅଛି। 

୨୦୦୪ ମସିହାରେ ସମୀରଙ୍କ ମା’ ଜାହିଦା ୱାନଖେଡେ ସମୀରଙ୍କୁ ୮୦୦ ବର୍ଗଫୁଟର ଏକ ଘର ଦେଇଥିଲେ ଯାହା ତାଙ୍କ ମା’ ଓ ସମୀରଙ୍କ ନାଁରେ ଅଛି। ଜାହିଦା ୱାନଖେଡେଙ୍କ ନାଁରେ ଏକ ଫ୍ଲାଟ ଅଛି ଯାହା ୧୯୯୯ରେ କିଣାଯାଇଥିଲା। ସେହି ଫ୍ଲାଟ ମଧ୍ୟ ସମୀରଙ୍କ ପାଖରେ ଅଛି। ଏହି ଫ୍ଲାଟ ପାଖାପାଖି ୭୦୦ ବର୍ଗଫୁଟର ଏବଂ ମୁମ୍ବାଇରେ ଅଛି।

ସମୀରଙ୍କ ମାଉସୀଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ତାଙ୍କର କୌଣସି ସନ୍ତାନ ନାହାନ୍ତି। ସେଥିପାଇଁ ଏହି ଅଫିସ ସମୀରଙ୍କ ପାଖରେ ଅଛି। ଏହି ଅଫିସ ୧୦୦୦ ବର୍ଗଫୁଟର। ନବୀ ମୁମ୍ବାଇରେ ଏକ ପ୍ଲଟ ଅଛି ଯାହାକୁ ଭଡା ଦିଆଯାଇଛି। ଏହି ପ୍ଲଟ ୧୯୯୫ ରେ ନିଆଯାଇଥିଲା। ଏହା ପାଖାପାଖି ୧୧୦୦ ବର୍ଗଫୁଟର।

ସମୀର ୱାନଖେଡେ ୨୦୧୬ରେ ପାଖାପାଖି ୧୧୦୦ ବର୍ଗଫୁଟର ଫ୍ଲାଟ କିଣିଥିଲେ। ଏହି ଫ୍ଲାଟ କିଣିବାକୁ ତାଙ୍କ ପତ୍ନୀ କ୍ରାନ୍ତି ରେଡକର ନିଜ ମଲ୍ହାଡ ସ୍ଥିତ ଫ୍ଲାଟ ବିକି ଦେଇଥିଲେ। ଫ୍ଲାଟ କିଣିବାରେ ପିତାଙ୍କ ପେନ୍ସନ ଟଙ୍କା ମଧ୍ୟ ଲାଗିଥିଲା। ମା’ଙ୍କ ଦେହାନ୍ତ ପରେ ଏଲଆଇସି ଟଙ୍କା ମଧ୍ୟ ମିଳିଥିଲା ଏବଂ ବେତନର କିଛି ଭାଗ ମଧ୍ୟ ଏହି ଫ୍ଲାଟ କିଣିବାକୁ ଲଗେଇଥିଲେ।

ତାଛଡା ନବାବ ମଲିକ ଯେଉଁ ଘଣ୍ଟା କଥା କହିଛନ୍ତି ସେହି ଘଣ୍ଟା ୨୦୦୫ ରେ ତାଙ୍କ ମା’ ପ୍ରାୟ ୫୫ ହଜାର ଟଙ୍କାରେ କିଣିଥିଲେ ଓ ପୁଅକୁ ଉପହାର ଦେଇଥିଲେ। ସେତେବେଳେ ସମୀରଙ୍କ ପ୍ରଥମ ସରକାରୀ ଚାକିରୀ ସେଣ୍ଟ୍ରାଲ ପୋଲିସ ଅର୍ଗାନାଇଜେସନରେ ହୋଇଥିଲା। ତାଙ୍କ ପୋଷାକ ଓ ଜୋତା, ଅନ୍ଧେରୀ ଲୋଖଣ୍ଡବାଲାର ସାମାନ୍ୟ ଦୋକାନରୁ କିଣାଯାଇଛି।

ସମୀର ୱାନଖେଡେଙ୍କ ମା’ ଜାହିଦା ୱାନଖେଡେଙ୍କ ୨୦୧୫ ରେ ଦେହାନ୍ତ ହୋଇଥିଲା। ସେ ଜଣେ ବ୍ୟବସାୟୀ ଥିଲେ। ତାଙ୍କର ସ୍କ୍ରାପ ଟ୍ରେଡ଼ର ବ୍ୟବସାୟ ଥିଲା। ସେ ଦୁର୍ଗା ନାଁରେ ଏକ NGO ମଧ୍ୟ ଚଲାଉଥିଲେ। ତାଛଡା ସେ ଅନାଥାଶ୍ରମ ମଧ୍ୟ ଚଲାଉଥିଲେ। ସମୀରଙ୍କ ଅଜା ଅର୍ଥାତ ଜାହିଦା ୱାନଖେଡେଙ୍କ ପିତାଙ୍କ ଘର ହରିୟାଣାର ମୁରଥଲରେ ଏବଂ ସେ ରାଜ ପରିବାରର ଥିଲେ। ସମୀରଙ୍କ ଆଈ ମଧ୍ୟ ସମ୍ଭ୍ରାନ୍ତ ପରିବାରର ଥିଲେ।

   Related Posts